ନବାଗତ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉସବ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକର ମଣିନାଥପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୦୨୫-୨୬ ଶିକ୍ଷାବର୍ଷରେ ନାମଲେଖାଇଥିବା ନବାଗତ ଛାତ୍ରଛାତ୍ରୀଙ୍କୁ ଗୁରୁବାର ପ୍ରବେଶ ଉସôବରେ ସ୍ୱାଗତ କରାଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷ ସମୀର କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଓ ବରିଷ୍ଠ ଶିକ୍ଷକ ସୂର୍ଯ୍ୟକାନ୍ତ ବରାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉସôବରେ ଅତିଥି ଅଧ୍ୟାପକ ଅନାଦି ଚରଣ ସାହୁ, ଶତ୍ରୁଘ୍ନ ବେହୁରିଆ, ଶ୍ୟାମାଶଙ୍କର ଦାଶ, ରବିନ୍ଦ୍ର କୁମାର ପାଢୀ, ଗୋପାଳ ଚନ୍ଦ୍ର ବେହେରା, ଜ୍ୟୋତିପ୍ରକାଶ ସ୍ୱାଇଁ ନବାଗତ ଛାତ୍ରଛାତ୍ରୀଙ୍କ ସହ ପରିଚିତ ହୋଇଥିଲେ ।
ସେହିପରି ଭଣ୍ଡାରିପୋଖରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରବେଶ ଉସôବ ଅନୁଷ୍ଠିତ ହେବା ସହ ସ୍ୱାଗତ ଉସôବ ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟାପକ ଅନନ୍ତ କିଶୋର ମହାପାତ୍ର, ଆନନ୍ଦ ଚନ୍ଦ୍ର ନାୟକ, ହରିହର ସାହୁ, ଅଧ୍ୟାପିକା ମମତାରାଣୀ ନାୟକ, ଶ୍ରାବଣୀ ଦାସ ଯୋଗଦେଇ ନବାଗତ ଛାତ୍ରଛାତ୍ରୀଙ୍କୁ ନୂତନ ପାଠ୍ୟକ୍ରମ, ଶୈଖିକ ଓ ସହଶୈଖିକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ୟୁଥ ରେଡକ୍ରସ, ଜାତୀୟ ସେବା ଯୋଜନା, ଇକୋ କ୍ଲବ, ବାଳିକା ଆତ୍ମ ସୁରକ୍ଷା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହି ଅବସରରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଚନ୍ଦନ ଚର୍ଚ୍ଚିତ କରି ସ୍ୱାଗତ କରିଥିଲେ ।