ଶିଶୁ ନିଖୋଜ, ଥାନାରେ ଅଭିଯୋଗ

 ବୈଶିଙ୍ଗା: ବୈଶିଙ୍ଗାରୁ ଟ୍ରେନ ଯୋଗେ ମା ସହିତ ଭୁବନେଶ୍ୱର ସ୍ଥିତ ତ୍ରାହି ଅଚୁ୍ୟତ ଆଶ୍ରମ ଯାଉଥିବା ବେଳେ ଭୁବନେଶ୍ୱର ରେଳ ଷ୍ଟେସନରୁ ମାନସିକ ବିକଳାଙ୍ଗ ପୁଅ ମିହିର ପରମେଶ୍ୱର ସେନାପତି (୨୫) କୁଆଡେ ନିଖୋଜ ହୋଇଯାଇଥିବା ବୈଶିଙ୍ଗା ଥାନାରେ ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ବୈଶିଙ୍ଗା ଥାନା ଅଧୀନ ଦୁର୍ଗାପୁର ଗ୍ରାମର ସନ୍ୟାସୀ ସେନାପତିଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ସେନାପତି  ପୁଅ ମିହିର ପରମେଶ୍ୱର ସେନାପତି  ତ୍ରାହି ଅଚୁ୍ୟତ ଆଶ୍ରମକୁ ଯାଉଥିଲେ । ଭୁବନେଶ୍ୱର ରେଳଷ୍ଟେସନର ୱେଟିଙ୍ଗ ରୁମରେ ଅପେକ୍ଷା କରିଥିବା ବେଳେ କିଛି ସମୟ ପରେ ପୁଅ ପାଖରେ ନଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ ତାର ପତ୍ତା ମିଳି ନଥିଲା  । ବାଧ୍ୟ ହୋଇ ଭୁବନେଶ୍ୱର ରେଳବାଇ ଥାନାରେ ଜଣାଇ ମାସ ଜ୍ୟୋସ୍ନାରାଣୀ ଘରକୁ ଫେରି ଆସିଥିଲେ । ରବିବାର ବାପା ସନ୍ନ୍ୟାସୀ ବୈଶିଙ୍ଗା ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଥିଲେ