କଂଗ୍ରେସ ସୋସିଆଲ ମିଡିଆ କମିଟିର ସଦସ୍ୟ ହେଲେ ମାନସ

 ଆସିକା  : ଓଡ଼ିଶା ପ୍ରଦେଶ କଂଗ୍ରେସ ସୋସିଆଲ ମିଡିଆ ଓ ଡିଜିଟାଲ କମୁ୍ୟନିକେସନ ବିଭାଗ ପକ୍ଷରୁ ୩୮ ଜଣିଆ ତାଲିକା ଘୋଷଣା କରିଛନ୍ତି  । ସେଥିମଧ୍ୟରେ ଆସିକାର ଯୁବ ଆଇନଜୀବୀ ମାନସ ଆଚାର୍ଯ୍ୟ କମିଟିରେ ସ୍ଥାନ ପାଇଛନ୍ତି । ସେ ଦୀର୍ଘ ବର୍ଷ ହେଲା କଂଗ୍ରେସ ଦଳ ସହିତ ଶୃଙ୍ଖଳିତ ସଦସ୍ୟ ରହି ବିଭିନ୍ନ ପଦପଦବୀରେ ରହି ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏଥିପାଇଁ ସୋସିଆଲ ମିଡିଆ ଓ ଡିଜିଟାଲ କମୁ୍ୟନିକେସନ ବିଭଗର ଚେୟାରମ୍ୟାନ ତଥା ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, କୋଚେୟାରମ୍ୟାନ ସନ୍ତୋଷ କୁମାର ପ୍ରଧାନ, ସୋସିଆଲ ମିଡ଼ିଆ ଓ ଡିଜିଟାଲ କମୁ୍ୟନିକେସନ ବିଭାଗର ଓଡ଼ିଶା ପ୍ରଭାରୀ ସୁମିତ ଦୁବେ, ପିସିସି ପ୍ରଭାରୀ ଅଜୟ କୁମାର ଲଲୁ, ପିସିସି ସଭାପତି ଭକ୍ତ ଚରଣ ଦାସ , ପିସିସି ଉପ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ମାନସ ସୋସିଆଲ ମିଡିଆ କମିଟିର ସଦସ୍ୟ ହେବା ପରେ  ଆସିକା ଏମ ପି ପ୍ରାଥୀ ଦେବକାନ୍ତ ଶର୍ମା, ବରିଷ୍ଠ କଂଗ୍ରେସ ନେତା ସଂଜୟ ମିଶ୍ର,ଦୀପକ ଭୂୟାଁ, ଅଜିତ ମୁନି, ପ୍ରିୟାଂଶୁ ପରିଡା, ସୂର୍ଯ୍ୟ ପ୍ରଧାନ, ଶତ୍ରୁଘନ ଗୌଡ଼, ସୁନୀଲ ଚୌଧୁରୀ, ହରିକୃଷ୍ଣ ରଥ, ରବି ଅଧିକାରୀ, ଦଣ୍ଡପାଣି ପାତ୍ର, ଦେବୀ ବିଷୋୟୀ, ମେଘ ନାଦ ଦଳାଇ, ଶିବରାମ ପ୍ରଧାନ ସମେତ ବହୁ କଂଗ୍ରେସ କର୍ମୀ, ସାମ୍ବାଦିକ, ଆଇନଜୀବୀ, ସମାଜ ସେବୀ, ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।