ଜାହାନିଆ ପୀଠର ଉନ୍ନତି ପାଇଁ ବ୍ୟବସାୟୀଙ୍କୁ ଉଚ୍ଛେଦ ଘଟଣା : ଥଇଥାନ ପାଇଁ ବିଧାୟକଙ୍କ ପ୍ରତିଶ୍ରୁତି

 କାକଟପୁର :  ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ପୀର ଜାହାନିଆଁ ଙ୍କ ନିକଟରେ ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ବିଧାୟକ ଅର୍ଥ ମଂଜୁର ପ୍ରତିଶୃତି ଦେଇଛନ୍ତି । ସୂଚନା ଯୋଗ୍ୟ କି ପୀରଜାହାନିଆଁ ପୀଠର  ଉନ୍ନତି କରଣ ଯୋଗୁଁ ରାସ୍ତାର ଦୁଇ  ପାର୍ଶ୍ୱରେ ଥିବା ଦୋକାନ ଗୃହକୁ ଉଚ୍ଛେଦ ପାଇଁ ବନ ବିଭାଗ ତରଫରୁ ନୋଟିସ ଦିଆଯାଇ ଦୋକାନ ଗୃହ ଉଚ୍ଛେଦ ପାଇଁ ବନ ବିଭାଗ ପକ୍ଷରୁ ଗତ ୧୬ ତାରିଖରେ ସମସ୍ତ ବନେ୍ଦାବସ୍ତ ହୋଇଥିଲା । 
ସ୍ଥାନୀୟ ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ଓ ସରପଞ୍ଚ କ୍ଷୀରୋଦ କୁମାର କାଣ୍ଡିଙ୍କ ହସ୍ତକ୍ଷେପ ଫଳରେ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା । ବନ ବିଭାଗ ପକ୍ଷରୁ ଆସନ୍ତା ୧/ ୫ / ୨୫ ତାରିଖକୁ ଉଚ୍ଛେଦ କରିବା ପାଇଁ ମଧ୍ୟ୍ୟ ପୁନର୍ବାର ନୋଟିସ ଦେଇଛନ୍ତି । ଏହାକୁ ଗୁରୁତର ଭାବେ ବିଚାରକୁ ନେଇ ତଥା ସ୍ଥାନୀୟ ବ୍ୟବସାୟୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଜି ନୂଆ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ସ୍ଥାନ ପରିଦର୍ଶନ କରିଥିଲେ । ଏହି ସମୟରେ ବ୍ଲକ୍ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ସେଠି ଓ କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତ ରେ ୧୮ ବଖରା ନୂତନ ଗୃହ ନିର୍ମାଣ ପାଇଁ ଆଲୋଚନା କରିଥିଲେ ଓ ଅତି ଶୀଘ୍ର ତାର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ନୂତନ ଗୃହ ନିର୍ମାଣ ପାଇଁ ମଧ୍ୟ ପାଣ୍ଠି  ଯୋଗେଇଦିଆଯିବା ପାଇଁ ପ୍ରତିଶୃତି ଦେଇଥିଲେ ।  ବ୍ୟବସାୟୀ ସଂଘ ସଭାପତି ବୃନ୍ଦାବନ ବିଶ୍ୱାଳଙ୍କ ନେତୃତ୍ୱରେ ସମସ୍ତ ବ୍ୟବସାୟୀ ଗୃହ ନିର୍ମାଣ ପର୍ଯ୍ୟନ୍ତ ଆମେ ପେଟ ପାଟଣା ପାଇଁ ଦେକାନ ନ ଉଚ୍ଛେଦ କରି ସମୟ ଦିଆଯିବା ପାଇଁ ବିଧାୟକ ଓ ଉପାଧ୍ୟକ୍ଷଙ୍କ ନିକଟରେ ନିବେଦନ କରିଥିଲେ । ବ୍ୟବସାୟୀଙ୍କ ସ୍ୱାର୍ଥକୁ ଦୃଷ୍ଟି ରେ ରଖି ଜିଲ୍ଲାପାଳ ଓ ବନଖଣ୍ଡ ଅଧିକାରୀଙ୍କ ସହିତ ଆଲୋଚନା ପାଇଁ ପ୍ରତିଶୃତି ଦେଇଥିଲେ । ଆମ ବ୍ୟବସାୟୀ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଥିବାରୁ ବ୍ୟବସାୟୀ ମାନେ କୃତଜ୍ଞତା ଜଣାଇଥିଲେ । ଆଜିର ଏହି ସମୟରେ ସଂଘ ସମ୍ପାଦକ ଅବଦୁଲ ଅଲିଶା, କୋଷାଧକ୍ଷ ଅଜୟ କୁମାର କାଣ୍ଡି, ସହସମ୍ପାଦକ ନିରଞ୍ଜନ ବିଶ୍ୱାଳ, ଉପସଭାପତି ସର୍ବେଶ୍ୱର ବିଶ୍ୱାଳ, ସଂଗ୍ରାମ ବିଶ୍ୱାଳ ବାବୁନି ନାୟକ ଓ ଲିକୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।