ଜଗନ୍ନାଥ ମନ୍ଦିରରୁ ଚୋରି

 ଦାନଗଦୀ:  କିମ୍ଭିରଗାଡ଼ିଆ ଜଗନ୍ନାଥ ମନ୍ଦିର ଓ ହୁଣ୍ଡିରୁ ଚୋରି ହୋଇଥିବା ନେଇ ଦାନଗଦୀ ଫାଣ୍ଡିରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ ମନ୍ଦିର କବାଟ ଭାଙ୍ଗି ମହାପ୍ରଭୁଙ୍କ ସୁନା ରୁପା ଅଳଙ୍କାର ସହ ହୁଣ୍ଡି ଭାଙ୍ଗି ପଚାଶ ହଜାରରୁ ଉର୍ଦ୍ଧ ଟଙ୍କା ଚୋରି କରିନେଇଛି । ମନ୍ଦିର କମିଟି ପକ୍ଷରୁ ଫାଣ୍ଡିରେ ଲିଖିତ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିବା ପୂର୍ବକ ସିସିଟିଭି ଯାଞ୍ଚ କରିଛି ।