ଲଗାଣ ବର୍ଷାରେ ଜଳମଗ୍ନ ସହର
।ା ପ୍ରଭାନୁ୍ୟଜ ।ା ସାଉଥବଲଣ୍ଡା, : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ତାଳଚେର ସହରର ଅନେକ ଅଞ୍ଚଳ ଜଳମଗ୍ନ ହେବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ଦେଖିବାକୁ ମିଳିଛି । ପାଣିପାଗ ବିଭାଗ ପକ୍ଷରୁ ଅନୁଗୋଳ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ପୂର୍ବ ଆକଳନ ଅନୁସାରେ ତାଳଚେରରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ତାଳଚେର ପୌରାଞ୍ଚଳ ସମେତ ବିଭିନ୍ନ ପଞ୍ଚାୟତର ସାହି ଓ ବସ୍ତି ଅଞ୍ଚଳରେ ବର୍ଷା ଜଳ ପଶି ଗରିବ ଲୋକମାନଙ୍କ ସାଇତା ଜିନିଷ ଆଦି ବ୍ୟାପକ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି । ପ୍ରକାଶ ଯେ, ସହରର ବିଭିନ୍ନ ଅଞ୍ଚଳରେ ମନଇଛା ଜମି ଅବରୋଧ କରାଯିବା ସହ ନାଳ ନର୍ଦ୍ଦମାଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ହେତୁ ତାଳଚେର ଅନେକ ରାସ୍ତା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବାର ଲକ୍ଷ୍ୟ କରାଯାଇବେଳେ ଶର୍ମାଛକ ରେଳବାଇ ଅଣ୍ଡରପାସ୍ ରାସ୍ତାରେ ମଧ୍ୟ ପାଣି ପ୍ରବାହିତ ହେବାରୁ ତାଳଚେର ସହରକୁ ଯିବା ପାଇଁ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେହିପରି ତାଳଚେର ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ରେ ନାଳ ନର୍ଦ୍ଦମା ଉପରେ ବର୍ଷା ଜଳ ପ୍ରବାହିତ ହୋଇ କ୍ରମେ ତାହା ରାସ୍ତା ଉପରକୁ ମାଡ଼ି ଆସିବାରୁ ଦୀର୍ଘ ସମୟ ଧରି ଲୋକଙ୍କ ଯାତାୟତରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ସେହିପରି ବିଭିନ୍ନ ପଞ୍ଚାୟତ ଅଧିନ ଗ୍ରାମାଞ୍ଚଳରେ ଥିବା ଝୁମ୍ପୁଡ଼ି ଘର ଓ ବସ୍ତି ଅଞ୍ଚଳ ଘରଗୁଡ଼ିକରେ ବର୍ଷା ଜଳ ପଶି ଆସବାବପତ୍ର ଓ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଥିବାର ଅଭିଯୋଗ ହୋଇଛି । ନିର୍ବାଚନ ସମୟରେ ତୁହାକୁ ତୁହା