କିଡ୍ନୀ ରୋଗ ନିରୂପଣ ନେଇ ସ୍ୱାସ୍ଥ୍ୟ ଶିବିର

 କାଳିଆପାଣି : କାଳିଆପାଣି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କିଡ଼ନୀ ରୋଗ ଓ ଏହାର ଉପଚାର ସମ୍ବନ୍ଧରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ୱାବଧାନତାରେ ପ୍ରାୟ ୫ଜଣ କୀଡ୍ନୀ ରୋଗ ବିଶେଷଜ୍ଞ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । କାଳିଆପାଣି ଖଣି ଅଂଚଳର ପ୍ରାୟ ୫୦୦ ଜଣ ଏଥିରେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସ୍ୱାସ୍ଥ୍ୟ ଶିବିରକୁ ଉଦ୍ଘାଟନ କରିଥିଲେ । ଖଣି ଅଂଚଳରେ କିଡ଼ନୀ ରୋଗକୁ ନିୟନ୍ତ୍ରଣ କରିବାପାଇଁ ପ୍ରତି ତିନିମାସରେ ଥରେ ଏହିପରି ସ୍ୱାସ୍ଥ୍ୟ ପରୀକ୍ଷା କରି ରୋଗୀଙ୍କୁ ଚିକିତ୍ସା କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଥିଲେ ।