ନୂତନ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

 କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସୀମାନ୍ତ ଆମପାଣି ଥାନାରେ ନୂତନ ଥାନା ଅଧିକାରୀ ଭାବେ ଜୟପ୍ରକାଶ ନାରାୟଣ ହୋତା ଯୋଗ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକ ସାମ୍ବାଦିକ ସଂଘ (କେବିଏସ୍ଏସ୍) ପକ୍ଷରୁ ମଙ୍ଗବାର ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସଂଘର ସଭାପତି ଚକ୍ରଧର ବେଶ୍ରା,  ସମ୍ପାଦକ  ଜଗଦୀଶ ନାଏକ, ଉପ ସଭାପତି ହିରଣ୍ୟ ବେହେରା, ସହ ସମ୍ପାଦକ ପରେଶ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କ୍ରମରେ ଅଞ୍ଚଳର ଆଇନ୍ ଶୃଙ୍ଖଳା ଉପରେ ଆଲୋଚନା କରାଯାଇଥିଲା । ଆମପାଣି ଥାନା ଅଞ୍ଚଳର ଆଇନ୍ ଶୃଙ୍ଖଳା ରକ୍ଷା, ବେଆଇନ କାରବାର, ଚୋରା ଚାଲାଣ ଆଦି ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ନୂତନ ଥାନା ଅଧିକାରୀ କହିଛନ୍ତି ।