ବର୍ଷ ବର୍ଷ ଧରି ଅଚଳ ନଳକୂପ

ବର୍ଷ ବର୍ଷ ଧରି ଅଚଳ ନଳକୂପ

ସିଂହପୁର : ସାଧାରଣଲୋକଙ୍କ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହା ପରେ ବି ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିନାହିଁ । ପ୍ରତି ଗାଁକୁ କିଭଳି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ସେଥିପାଇଁ ସରକାର ଗୁରୁତ୍ୱାରୋପ କରଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପ୍ରକଳ୍ପ ନିର୍ମାଣ କରାଯାଉଛି । ହେଲେ କେଇଜଣ ଅଧିକାରୀ ଓ କର୍ମଚାରୀଙ୍କ ଖାମଖିଆଲ ନୀତି ଯୋଗୁ ତାର ସଫଳତା ଲୋକେ ପାଇ ପାରୁନାହାନ୍ତି । ଯାହାର ନିଚ୍ଛକ ନମୁନା ବିଞ୍ଝାରପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ବିଞ୍ଝାରପୁରର ବିଭିନ୍ନ ଅଞ୍ଚଳରେ ପ୍ରକଳ୍ପ ନିର୍ମାଣରେ ବିଭାଗୀୟ ଅଧିକାରୀ ଓ ଠିକାଦାର ଲାଭବାନ ହେଉଛନ୍ତି ସ’ତ କିନ୍ତୁ ଲୋକେ କଲବଲ ହେଉଛନ୍ତି । ପ୍ରକଳ୍ପ କାର୍ଯ୍ୟ ଶେଷ ହେଇ ପାରୁନ୍ତି କି ଜନସାଧାରଣ ପାଣି ପାଇବାରୁ ବଞ୍ôଚତ ହେଉଛନ୍ତି । ବିଭିନ୍ନ ସ୍ଥାନରେ ନଳକୂପ ମାନ ସମୂର୍ଣ୍ଣ ନଷ୍ଟ ହୋଇପଡ଼ି ପଡିଥିଲେ ବି  ନୂତନ ନଳ କୂପ ସ୍ଥାପନ କରାଯାଉନି । ଜରୀ ପଞ୍ଚାୟତର ଅଢେଇ ସାହିବାସୀଙ୍କ ଅଭିଯୋଗକୁ ଉଦାହରଣ ଭାବେ ନିଆଯାଇପାରେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ସେହି ଗ୍ରାମରେ ଏକ ନଳକୂପ ଏକ ବର୍ଷ ହେବ ଖରାପ ହୋଇଯାଇଛି । ଯାହାକୁ ବିଭାଗ ଅଚଳ ଘୋଷଣା କରିଛି । ହେଲେ ଏଠାରେ ନୂତନ ନଳକୂପ ସ୍ଥାପନ କରାଯାଉନାହିଁ । ଯାହାଫଳରେ ପାନୀୟ ଜଳ ବ୍ୟବହାର ପାଇଁ ୨୦ପରିବାର ହନ୍ତସନ୍ତ ହେଉଛନ୍ତି । ସାହିର ମହିଳା ପାନୀୟ ଜଳ ବୁନ୍ଦାଏ ପାଇଁ ଜରୀ ଅଢେଇସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ଫାଟକରେ ସ୍କୁଲ ଗେଟ୍‌ ଖୋଲା ଯିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିବାକୁ ପଡ଼ୁଛି । ଗ୍ରୀଷ୍ମ ପ୍ରବାହରେ ପାଇଁ ସ୍କୁଲଛୁଟି ହୋଇଗଲେ ପାନୀୟ ଜଳ ବୁନ୍ଦାଏ ଆଣିବା ପାଇଁ ମହିଳାଙ୍କୁ ତିନି କୋଷ ରାସ୍ତା ଯିବାକୁ ପଡୁଛି । ଜରୀ ଅଢେଇ ସାହିକୁ ତୁରନ୍ତ ପାନୀୟ ଜଳ ଯୋଗାଣ ପାଇଁ ମହିଳା ମାନେ ନିଜର ଦାବି ଉପସ୍ଥାପନା କରିଛନ୍ତି ।