ଦେଶୀ ମଦ ଜବତ, ୩ ଗିରଫ
ବେତନଟୀ : ବେତନଟୀ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ବେଆଇନ ଦେଶୀ ମଦ ଜବତ କରାଯାଇ ତିନି ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ତିନି ଜଣ ହେଲେ ବଡ଼ସାହି ଆମ୍ବଡାଳୀ ଅଞ୍ଚଳର ଜସୁ ବଗଲ, ଗିରି ବଗଲ, ଅନ୍ୟଜଣେ ବୈସିଙ୍ଗା ଜଡ଼ିଦା ଅଞ୍ଚଳର ଲକ୍ଷ୍ମଣ ବେହରା । ତିନିଜଣଙ୍କ ନିକଟରୁ ମୋଟ ୫୫ ଲିଟର ଦେଶୀ ମଦ ଜବତ କରାଯାଇଛି । ଗିରଫ ପରେ ତିନି ଅଭିଯୁକ୍ତଙ୍କୁ ବେତନଟୀ କୋର୍ଟ ଚାଲାଣ କରାଯାଇଛି ।