ପୋଖରୀରେ ବୁଡି ବୃଦ୍ଧଙ୍କ ମୃତୁ୍ୟ
ସୋର : ଔପଦା ବ୍ଲକ ତରତୁଆ ଗ୍ରାମର ଜଣେ ବୃଦ୍ଧ ପୋଖରୀରେ ବୁଡି ଯାଇଥିବା ବେଳେ ସୋର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଗ୍ରାମର ଶ୍ୟାମସୁନ୍ଦର ସ୍ୱାଇଁ ଗତକାଲି ମଧ୍ୟାହ୍ନରେ ଘର ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ଘରକୁ ଫେରି ନ ଥିଲେ । ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପୋଖରୀ ହୁଡାରେ ତାଙ୍କ ଗାମୁଛା ଥିବା ଦେଖି ପୋଖରୀରେ ଖୋଜାଖୋଜି କରିବା ସହିତ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସୋରରୁ ଏକ ଦମକଳ ସେଠାରେ ପହଞ୍ଚି ପୋଖରୀରୁ ତାଙ୍କୁ ଉଦ୍ଧାର କରି ସନ୍ଧ୍ୟାରେ ସୋର ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ସୋର ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ରଖିଥିଲେ । ଆଜି ପୂର୍ବାହ୍ନରେ ଈଶ୍ୱରପୁର ଫାଣ୍ଡି ପୁଲିସ ସୋର ମେଡିକାଲରେ ପହଞ୍ଚି ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।