ମୃତ ଲାଇନମ୍ୟାନ ପରିବାରକୁ ସହାୟତା

 ଆନନ୍ଦପୁର:  ଟିପିଏନଓଡିଏଲର ରେଗୁଲାର ଲାଇନ ମ୍ୟାନ ଜଗନ୍ନାଥ ମହାନ୍ତିଙ୍କ ଅକସ୍ମାତ ମୃତୁ୍ୟରେ କେନ୍ଦୁଝର ଜିଲ୍ଲା ବିଦୁ୍ୟତ କର୍ମଚାରୀ ସଂଘ ତରଫରୁ ୫୦ହଜାରଟଙ୍କାର ଆର୍ଥôକ ସହାୟତା ପ୍ରଦାନ କରାଯାଇଛି । ଜିଲା ବିଦୁ୍ୟତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ରାଜେଶ କୁମାର ଦାଶ, ସହ ସମ୍ପାଦକ ଶ୍ରୀକାନ୍ତ ବେହେରା, ପରାମର୍ଶ ଦାତା ମାଧବ ଜେନା, ରଞ୍ଜନ ମହାପାତ୍ର, ଦେବାଶିଷ ଦତ, ତପନ ସାହୁ ଗୌତମ ମଲ୍ଲିକଙ୍କ ସହ ସଂଘ କର୍ମଚାରୀ ବୃନ୍ଦ ତାଙ୍କ ବାଲେଶ୍ୱର ସ୍ଥିତ ବାସଭବନରେ ଯୋଗ ଦେଇ ସହାୟତା ପ୍ରଦାନ କରିଥିଲେ ।