କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ କଲେ ଧର୍ମେନ୍ଦ୍ର
ଆଠମଲ୍ଲିକ : ଆଠମଲ୍ଲିକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକୋମଳରେ କେନ୍ଦ୍ରୀୟ ବିଦ୍ୟାଳୟର ଭୁମିପୂଜନ ଓ ଅସ୍ଥାୟୀ ଶ୍ରେଣୀ ଗୃହର ଶୁଭଦଘାଟନ ଉସôବ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନ ଆଠମଲ୍ଲିକ ଆଇଟିଆଇ କଲେଜ ନିକଟରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଯୋଗେଇ ଦିଆଯାଇଥିବା ଜାଗାରେ ଭୁମିପୂଜନ କରିବା ସହିତ ଆଠମଲ୍ଲିକ କଲେଜରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ନବୀକରଣ ଅସ୍ଥାୟୀ ଶ୍ରେଣୀଗୃହର ଶୁଭଦଘାଟନ କରିଥିଲେ । ଏଥିସହିତ ରାଜ୍ୟସରକାରଙ୍କ ୧୦୯କୋଟି ଏବଂ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ବିଦ୍ୟାଳୟ ନିମନ୍ତେ ୩୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପରେଏହି ଅବସରରେ ଆୟୋଜିତ ସଭାରେ ଯୋଗଦାନ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ତଥା ସୀମାପାର ଆତଙ୍କବାଦୀଙ୍କ ନିପାତ ଦିଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପରେସନ 'ସିନ୍ଦୁର'ର ସଫଳତାକୁ ନେଇ ପ୍ରଶଂସା କରିବା ସହିତ କାର୍ଯ୍ୟରତ ବୀର ଯବାନଙ୍କ ଶୁଭକାମନା କରିଥିଲେ । ଆଠମଲ୍ଲିକ ଏକ କୃଷି ବହୁଳ ଅଂଚଳ ହୋଇଥିବା ବେଳେ, ଏହାର ବିକାଶ ପାଇଁ ଜଳସେଚନକୁ ଗୁରୁତ୍ୱ ଦେବା ନିମନ୍ତେ ସ୍ଥାନୀୟ ବିଧାୟକ ମତବ୍ୟକ୍ତ କରିଥିଲେ । ଆଠମଲ୍ଲିକର ସାମୁହିକ ବିକାଶ ନିମନ୍ତେ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ପ୍ରଧାନ ବକ୍ତବ୍ୟ ରଖିଥିଲେ । ଢେଙ୍କାନାଳ ସାଂସଦ ରୁଦ୍ର ପାଣି ସ୍ଥାନୀୟ ବିଧାୟକ ନଳିନୀ କାନ୍ତ ପ୍ରଧାନ,ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଅନଗୁଳ ବିଧାୟକ ପ୍ରତାପ ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ପାଲଲହଡା ଅଶୋକ ମହାନ୍ତି ଜିଲ୍ଲା ପରିଷଦ ଅଧକ୍ଷା ବବିତା ପ୍ରଧାନ, କେନ୍ଦ୍ରୀୟ ବିଦ୍ୟାଳୟର ଯୁଗ୍ମ କମିସନର, ଜିଲ୍ଲାପାଳ ଅବଦଲ ଏମ ଏକତର ପ୍ରମୁଖ ମଞ୍ଚାସୀନଥିଲେ । ବହୁ ଦଳୀୟ କର୍ମକର୍ତା ଓ ପଦାଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।