ମହିଳାଙ୍କ ଧାରଣା ପ୍ରତ୍ୟାହୃତ
ରାଜନଗର : ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଚାଂୟତର ବାଉଁଶମୂଳ ବଜାରରେ ରଂଜନ ବାର ଆଣ୍ଡ ରେଷ୍ଟୁରାଟଂ (ଠିପିଖୋଲା ମଦ ଦୋକାନ)କୁ ବନ୍ଦ ଦାବୀରେ ମହିଳାମାନଙ୍କ ଧାରଣା ଚତୁର୍ଥ ଦିନରେ ପହଂଚିଥିଲା । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ରୈ÷ାଦ୍ରତାପ ମଧ୍ୟରେ ଧାରଣାରତ ମହିଳାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଥିଲା । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସୋମବାର ଦିନ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଂଚି ମହିଳାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲା । ଶନିବାର ଦିନ ଜିଲ୍ଲା ଅବକାରୀ ଅଧିକ୍ଷକ ବିପ୍ର ମଣ୍ଡଳ, ରାଜନଗର ତହସିଲଦାର ଅମୀୟରଂଜନ ସ୍ୱାଇଁ ଓ ରାଜନଗର ଥାନାଧିକାରୀ ନରେଶକୁମାର ସାହୁ ପହଞ୍ଚô ତିନିମାସ ମଧ୍ୟରେ ଏହି ମଦ ଦୋକାନ ଉଠାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ମହିଳାମାନେ ଉଠିନଥିଲେ । ରବିବାର ଦିନ ମଧ୍ୟ ଅବକାରୀ ଅଧିକ୍ଷକ ଶ୍ରୀ ମଣ୍ଡଳ ଧାରଣାସ୍ଥଳରେ ପହଞ୍ଚô ବୁଝାସୁଝା କରିବା ପରେ ବି ମହିଳାମାନେ ଠିପିଖୋଲା ମଦ ଦୋକାନ ଏଠାରେ ବନ୍ଦ କରିବା ପାଇଁ ଦାବି ଦୋହରାଇଥିଲେ । ପୁନର୍ବାର ସୋମବାର ଦିନ ଅବକାରୀ ଅଧିକ୍ଷକ ଶ୍ରୀ ମଣ୍ଡଳ, ତହସିଲଦାର ଶ୍ରୀ ସ୍ୱାଇଁ, ଆଇଆଇସି ଶ୍ରୀ ସାହୁ ଧାରଣାରତ ମହିଳାମାନଙ୍କ ନିକଟରେ ପହଞ୍ଚô ଆଲୋଚନା କରିଥିଲେ । ସବିଶେଷ ଆଲୋଚନା ପରେ ଏକମାସ ମଧ୍ୟରେ ଏହି ଠିପିଖୋଲା ମଦ ଦୋକାନ ସ୍ଥାନାନ୍ତରିତ କରିବା ପାଇଁ ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ କି ଧାରଣାରେ ବସିଥିବା ସୁନିତା ରାଉଳ, ରେଣୁକା ଦାସ, ମନ୍ଦାକିନୀ ବେହେରା, ବିନ୍ଦୁଶ୍ରୀ ରାଉଳ, ସଂଘମିତ୍ରା ରାଉଳ, ମନୋରମା ରାଉଳ ପ୍ରମୁଖ ମହିଳାମାନେ ଗ୍ରହଣ କରି ନେଇଥିଲେ । ଅପରାହ୍ନ ପ୍ରାୟ ୧ଟା ସମୟରେ ଧାରଣାକାରୀମାନେ ଆନେ୍ଦାଳନ ପ୍ରତ୍ୟାହାର କରିଥିଲେ । ଆନେ୍ଦାଳନକାରୀ ମହିଳାମାନଙ୍କ ଧାରଣା ପ୍ରତ୍ୟାହାର ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆଶ୍ୱସ୍ତିଭାବ ପ୍ରକାଶ ପାଇଛି ।