ଦୁର୍ଘଟଣାକୁ ହାତ ଠାରି ଡ଼ାକୁଛି ଖାଲ; ନିଦାବିଷ୍ଣୁ ପୂର୍ତ୍ତ ବିଭାଗ

ବ୍ୟାସନଗର: କଳିଙ୍ଗନଗର ଦ୍ୱାରଦେଶ ବ୍ୟାସନଗର ସହରାଞ୍ଚଳ ପ୍ରମୁଖ ରାସ୍ତା ଦୁର୍ଘଟଣାକୁ ହାତଠାରି ଡ଼ାକୁଛି । ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ବି ଘଟୁଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ପୂର୍ତ୍ତ ବିଭାଗ ରାସ୍ତା ମରାମତି କରିବାର ନାଁ ଧରୁନି । 
ବିଭାଗର ବାବୁ ମାନେ ନିଦାବିଷ୍ଣୁ ପାଲଟି ଯାଇଥିବା ବେଳେ ସାଧାରଣ ଜନତା ଦୁର୍ଘଟଣାର ଶୀକାର ହୋଇ କ୍ଷତାକ୍ତ ହେଉଛନ୍ତି । ଆମେ କହୁଛୁ ବ୍ୟାସନଗର ସହରାଞ୍ଚଳର ନହକା-ଚୋରଦା ବାଇପାସ ଏବଂ ଚୋରଦା ବାଇପାସରୁ ଚୋରଦା ଛକ ମଧ୍ୟରେ ହୋଇଥିବା ବଡ଼ବଡ଼ ଖାଲର କଥା । ନହକା ବାଇପାସରୁ ଚୋରଦା ବାଇପାସକୁ ଯିବା ରାସ୍ତାରେ ମାସମାସ ଧରି ସୃଷ୍ଟି ହୋଇଛି ବଡ଼ବଡ଼ ଖାଲ । ଛୋଟିଆରୁ ଆରମ୍ଭ ହୋଇ ଏବେ ବିରାଟ ଆକାର ଧାରଣ କରିଥିବା ଖାଲଟିରେ ଅଧିକାଂଶ ବାଇକ ଚାଳକ ଦୁର୍ଘଟଣାଗସ୍ତ ହେଉଛନ୍ତି । ରାସ୍ତା ମଝିରେ ହୋଇଥିବା ଖାଲ ଦୂରରୁ ସହଜରେ ଜଣାପଡ଼ୁନି । ଆଗରେ କୈାଣସି ଗାଡ଼ି ଯାଉଥିବା ବେଳେ ଖାଲକୁ ଦେଖି ସାଇଟ କରି ଯିବା ପରେ ପଛରୁ ଯାଉଥିବା ଗାଡ଼ି ଖାଲରେ ପଡ଼ୁଛି । ବଡ଼ଗାଡ଼ି ଯଖମ ହେଉଥିବା ବେଳେ ବାଇକ ଖାଲରେ ପଡ଼ିବା ପରେ ଚାଳକ ଛିିଟିକି ପଡ଼ି ଆହତ ହେଉଛି । ଲମ୍ବା ଆକାର ଖାଲ ମରାମତି କରିବାକୁ ବିଭାଗର ଦୃଷ୍ଟି ଆକର୍ଷଣ କରାଗଲେ ବି କେହି କିଛି ଶୁଣୁ ନାହାନ୍ତି । ସେହିପରି ଚୋରଦା ବାଇପାସ ଛକରୁ ଚୋରଦା ଛକ ଯିବା ବାଟରେ ହୋଇଛି ଏକ ବଡ଼ ଖାଲ । ଉକ୍ତ ଖାଲରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟିବାର ନଜୀର ରହିଛି । ସଂପୃକ୍ତ ଦୁଇଟିଯାକ ରାସ୍ତାରେ ଭାରୀଯାନ ସହ ଶିଳ୍ପାଞ୍ଚଳ ଗାଡ଼ି, ଯାତ୍ରୀବାହି ଗାଡ଼ି ଏବଂ ହଜାର ହଜାର ସଂଖ୍ୟାର ବାଇକ ଯିବା ଆସିବା କରୁଛି । ବ୍ୟାସନଗର ସହରାଞ୍ଚଳରେ