‘ପରୋପକାର ହିଁ ଜୀବନର ସାର୍ଥକତା'
ବିଜୟଲକ୍ଷ୍ମୀ ଶତପଥୀ : ଜୀବନ ଗତିଶୀଳ, ଏକ ପ୍ରବହମାନ ଧାରା । ଏହି ଧାରାରେ ଧାବିତ ସକଳ ଜୀବ ଜଗତ ମାତ୍ର ଧାବମାନ ଜଗତକୁ ସୁନିୟନ୍ତ୍ରିତ କରିନପାରିଲେ ଜନ୍ମ ନିରର୍ଥକ ହୋଇଯାଏ । ଜୀବନକୁ ସୁନିୟନ୍ତ୍ରିତ କରିବା ଲାଗି ସଦଗୁରୁଙ୍କ ଶରଣାପନ୍ନ ହେବା ଅରିହାର୍ଯ୍ୟ । ସଦଗୁରୁଙ୍କ ନିଦେ୍ର୍ଦଶିତ ପଥରେ ଜୀବନକୁ ଚଳାଇ ପାରିଲେ ହୋଇ ଉଠେ ସମୁନ୍ନତ ସୁମଧୁର । ମାନବଜାତିକୁ ଏକ ନୂତନ ଦିଗ୍ଦର୍ଶନ ଦେଇଥିଲେ ଭଗବାନ ଶ୍ରୀ ଶ୍ରୀ ସତ୍ୟସାଇ ବାବା । ମାନବଜାତିର କଲ୍ୟାଣ ପାଇଁ ସେ ବହୁ ଉପଦେଶ ଦେଇଯାଇଛନ୍ତି । ମଣିଷର ଜୀବନ ଈଶ୍ୱର ଓ ଅନ୍ୟମାନଙ୍କ ସେବା ଲାଗି ଉଦ୍ଦିଷ୍ଟ ବୋଲି ସେ କହୁଥିଲେ । ସମାଜ ସେବାରେ ହିଁ ମଣିଷ ଜୀବନର ସାର୍ଥକତା । ବୃକ୍ଷଲତା, ପଶୁପକ୍ଷୀ ଆଦି ସହଜାତ ଭାବେ କେବଳ ନିଜ ପାଇଁ ଜୀବନଧାରଣ କରନ୍ତି । ତଥାପି ମଣିଷ ସେମାନଙ୍କ ଦ୍ୱାରା ଉପକୃତ ହୁଏ । ନିଜ ଅଜାଣତରେ ସେମାନେ ମଣିଷର ଉପକାର କରିଥାଆନ୍ତି । ମଣିଷ ସ୍ଥାନ ସେମାନଙ୍କ ଠାରୁ ଉପରେ । ସେବା ପାଇଁ ମଣିଷର ଜନ୍ମ । ତେବେ ଆଜିର ମଣିଷ ନିଜର କର୍ତବ୍ୟ ଦଗରେ ସଚେତନ ନୁହେଁ । ଅହଂଭାବ, ସ୍ୱାର୍ଥପରତା ଆଦି ଯୋଗୁଁ ଆଜି ଆମେ ବସୁଧୈବ କୁଟୁମ୍ବକମ୍ ଆଦର୍ଶକୁ ଭୁଲିଗଲେଣି । ଆମ୍ଭମାନଙ୍କର କର୍ତ୍ତବ୍ୟ କରଣୀୟ ସମ୍ପର୍କରେ ଅନେକ ପ୍ରଶ୍ନ ଉଠାନ୍ତି - ଆପଣମାନେ ସମାଜ ସେବା କ'ଣ କରୁଛନ୍ତି? ସମାଜ ବହୁ ମଣିଷର ସମଷ୍ଟି । ଆମେ ପ୍ରତ୍ୟେକ ସମାଜର ଅଂଶ । ଆମେ ପ୍ରତ୍ୟେକଟି ମଣିଷ ଉନ୍ନତ ହେଲେ ହିଁ ସମାଜ ଉନ୍ନତ ହୋଇଉଠିବ । ଯୁଗେ ଯୁଗେ ଅବତାର ଅବତରି ଆସନ୍ତି ମାନବ ସମାଜକୁ ଉତ୍ଥିତ କରିବାକୁ, ଆମ ଭିତରେ ଥିବା ଆଧ୍ୟାତ୍ମିକ ତୃଷ୍ଣା ଦୂରୀଭୂତ କରିବାକୁ । ୨୩ ନଭେମ୍ବର ୧୯୨୬ ମସିହା । ମହା ବିଷ୍ଣୁ ସ୍ୱୟଂ ବୈକୁଣ୍ଠ ଅଧିପତି ନାରାୟଣ ସ୍ୱୟଂ ସତ୍ୟ ନାରାୟଣ ରୂପେ ଜନ୍ମ ଗ୍ରହଣ କଲେ ଆନ୍ଧ୍ରପ୍ରଦେଶର ଏକ ଅକ୍ଷାତ ପଲ୍ଲୀ ପୁଟ୍ଟପର୍ତ୍ତୀରେ । ସାଧାରଣ ମୌଳିକ ସୁବିଧାରୁ ବଞ୍ଚôତ ଥିଲା ଏହି ନିପଟ ମଫସଲ ଗାଅାଁଟି ଯାହା ଭାରତୀୟ ମାନଚିତ୍ରରେ ମଧ୍ୟ ନଥିଲା । ସେହି ଅଞ୍ଚଳକୁ ଭଗବାନ ବାବା ଜନ୍ମ ଭୂମି ରୂପେ ଚୟନ କରିଥିଲେ । ସେହି ଅଞ୍ଚଳ ସବୁରେ ପାନୀୟ ଜଳର ଘୋର ଅଭାବ ବାଳକ ସତ୍ୟର ସେହି କୋମଳ କାନ୍ଧଟି ବୁଝି ଯାଇ ତାର ନିରାକରଣର ଭାର ବହନ କରି ସାରିଥିଲା । ଭାଇଙ୍କ ଘରେ ପଢ଼ିବା ବେଳେ ଘର ପାଇଁ ତଥା ପୁରା ଗାଅାଁଟିର ଜଳ କଷ୍ଟ ଉପଶମ ପାଇଁ କାନ୍ଧରେ ଭାର ବୋହି ପାଣି ଆଣିବା ଭିତରେ ସେହି କୋମଳ କାନ୍ଧରେ ବିଣ୍ଡି ବସି ଯାଉଥଲା ଯାହା ମାଆଙ୍କୁ ବ୍ୟଥିତ କରିଥିଲା । ପୁଣ୍ୟଗର୍ଭା ମାତା ଈଶ୍ୱରାମ୍ମା ବାଳକ ସତ୍ୟମ୍ଙ୍କୁ ତିନୋଟି ଗହଣା ମାଗିଥିଲେ, ଗାଅାଁରେ ଗୋଟିଏ ଛୋଟ ବିଦ୍ୟାଳୟ, ବୈଦ୍ୟାଳୟ ଏବଂ ପାନୀୟ ଜଳ ବ୍ୟବସ୍ଥା । ମାଆଙ୍କ ହୃଦୟର ବେଦନାକୁ ବୁଝି ତାଙ୍କ ପ୍ରାର୍ଥନା ରଖିଲେ ଭଗବାନ । ସେହି ନିର୍ମଳ ହୃଦୟର ପ୍ରାର୍ଥନାର ପ୍ରତୁ୍ୟତ୍ତର ସ୍ୱରୂପ ବିଶାଳ ବିଶ୍ୱ ବିଦ୍ୟାଳୟ ଯେଉଁଠି କେଜିରୁ ପିଜି ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷା ବ୍ୟବସ୍ଥା ରହିଛି, ସୁବିଶାଳ ଆରୋଗ୍ୟ ମନ୍ଦିର ଯେଉଁଠି ବିଲ ପାଇଁ କୌଣସି ବ୍ୟବସ୍ଥା ହିଁ ନାହିଁ ଏବଂ ସୁବିସ୍ତୃତ ପାନୀୟ ଜଳ ପ୍ରକଳ୍ପ ପ୍ରଭୁ ମାନବ ସମାଜକୁ ଉପହାର ସ୍ୱରୂପ ପ୍ରଦାନ କଲେ ।
ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ହେଉଛି ଅତ୍ୟଧିକ ଫ୍ଲୋରାଇଡ଼ ପ୍ରବଣ ଜିଲ୍ଲା । ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଭଗବାନ ବାବା ସଂକଳ୍ପ ବଦ୍ଧ ଥିଲେ । ଭଗବାନ କହିଥିଲେ ଯଦି ଆବଶ୍ୟକ ପଡ଼େ ମୁଁ ମୋର ସର୍ବସ୍ୱ ବିକ୍ରି କରିଦେବି, ଆବଶ୍ୟକ ହେଲେ ମୋ ନିଜକୁ ମଧ୍ୟ ବିକ୍ରି କରି ଦେବି ସିନା କିନ୍ତୁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଅବଶ୍ୟ ପ୍ରଦାନ କରିବି । ତାଙ୍କର ଚିନ୍ତନ, ବଚନ ଓ କର୍ମର ସମନ୍ୱିତ ଭାବ ସୁବିସ୍ତୃତ "ଶ୍ରୀ ସତ୍ୟସାଇ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ'ର ରୂପ ନେଲା । ସେହିଭଳି ଭାବରେ ୧୯୯୫ ମସିହାରେ ଅନନ୍ତପୁର ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ୧୮ ମାସର ରେକର୍ଡ଼ ସମୟ ମଧ୍ୟରେ ୭୦୦ ଗ୍ରାମର ୧୨.୫ ଲକ୍ଷ ଲୋକ, ୨୦୦୧ରେ ମେଡ଼କ ମେହେବୁବ ନଗରର ୧୦ ଲକ୍ଷ ଲୋକ, ୨୦୦୫ରେ ପୂର୍ବ ଓ ପଶ୍ଚିମ ଗୋଦାବରୀର ୫.୯୦ ଲକ୍ଷ ଲୋକ ଏବଂ ୨୦୦୭ ସୁଦ୍ଧା ଚେନ୍ନାଇ ପ୍ରକଳ୍ପ ମାଧ୍ୟମରେ ୬୦ ଲକ୍ଷ ଲୋକଙ୍କ ପାଇଁ ପ୍ରଭୁ ଦିବ୍ୟ କରୁଣାରୁ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ ହୋଇପାରିଛି । ତେବେ କରୁଣାର ଏହି ପ୍ରବହମାନ ଧାରା ଆନ୍ଧ୍ର, ତାମିଲର ସୀମା ଭିତରେ ସୀମାବଦ୍ଧ ନଥିଲା । ପ୍ରଭୁଙ୍କ ଅନାବିଳ ପ୍ରେମର ଜାହ୍ନବୀ ଧାରା ସୀମା ସରହଦ ଡେଇଁ ସାରା ଓଡ଼ିଶାକୁ ପ୍ଲାବିତ କରିଛି "ଶ୍ରୀସତ୍ୟସାଇ ନିର୍ମଳ ଝର' ପ୍ରକଳ୍ପ ମାଧ୍ୟମରେ । ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ, ଓଡ଼ିଶା ଜଳସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମକା ନେଇ ସେବାର ସୁଯୋଗରେ ବ୍ରତୀ ରହିଛି । ଏହି ସେବା ସାଧାରଣତଃ ତିନି ପ୍ରକାରରେ କରାଯାଉଛି ।
ଶ୍ରୀ ସତ୍ୟସାଇ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ : ଜଳରେ ଦ୍ରବୀଭୂତ ହୋଇ ମାତ୍ରାଧିକ ବିଷାକ୍ତ ରସାୟନ ଥିବା ଜିଲ୍ଲା ମାନଙ୍କରେ ଆରଓ ପ୍ଲାଣ୍ଟ ବସାଯାଇ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଉଛି । ୨୦୧୫ ମସିହାରୁ ଅଦ୍ୟାବଧି, ୧୧ଟି ଜିଲ୍ଲାରେ ୩୮ଟି ଗ୍ରାମ ଶ୍ରୀ ସତ୍ୟସାଇ ନିର୍ମଳ ଝର ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ବ୍ୟବସ୍ଥା ମାଧ୍ୟମରେ ୬୦ ହଜାରରୁ ଊଦ୍ଧ୍ୱର୍ ଗ୍ରାମବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ କରାଯାଉଛି । ଶ୍ରୀ ସତ୍ୟସାଇ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜନ ଗହଳି ଥିବା ସ୍ଥାନ ମାନଙ୍କରେ ଆବଶ୍ୟକତା ଅନୁସାରେ ମେସିନ ବସାଇ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଉଛି । ଏ ପର୍ଯ୍ୟନ୍ତ ୬୦ରୁ ଊଦ୍ଧ୍ୱର୍ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ ହୋଇ ବର୍ଷ ତମାମ ଲୋକଙ୍କୁ ଥଣ୍ଡା ପାନୀୟ ଜଳ ଉପଲବ୍ଧ କରାଯାଉଛି । ଗ୍ରୀଷ୍ମକାଳୀନ ଜଳ ସେବା : ଖରା ଦିନେ ବାଟୋଇ ମାନଙ୍କ ଯାତ୍ରା ସମୟରେ ଲୋକଙ୍କ ତୃଷ୍ଣା ନିବାରଣରେ ଏହି ସେବା ପ୍ରମୁଖ ଭୂମିକା ନେଉଛି । ସାରା ରାଜ୍ୟରେ ସମସ୍ତ ଜିଲ୍ଲାର ପ୍ରମୁଖ ସ୍ଥାନ ମାନଙ୍କରେ ବିଭିନ୍ନ ମେଳା ମହୋତ୍ସବରେ ଦିନ ରାତି ଲୋକଙ୍କୁ ପାନୀୟ ଜଳ, ସର୍ବତ, ପଣା ଦେଇ ତୃଷାର୍ତ୍ତଙ୍କ ସେବାରେ ସଦା ନିୟୋଜିତ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନର ଜଳ ସେବା ସାଧନାରେ ବ୍ରତୀ ସାଧକ ସାଧିକା । ଏହା ସହିତ ଘରେ ଘରେ ପଶୁ ପକ୍ଷୀଙ୍କ ପାଇଁ ସମ୍ପୂର୍ଣ୍ଣ ଗ୍ରୀଷ୍ମ ସମୟରେ ବିଶେଷ କରି ଆରାଧନାର ପବିତ୍ର ମାସରେ ବାଳବିକାଶର ଟିିକି କଳିକା ମଧ୍ୟ ଜଳ ସେବାର ଆନନ୍ଦ ନେଉଛନ୍ତି । ଜଳ ହିଁ ଜୀବନ । ଜଳର ସୁରକ୍ଷା ଆମ ସମସ୍ତଙ୍କ ପ୍ରମୁଖ କର୍ତ୍ତବ୍ୟ । ଜଳସେବା ମହୋତ୍ସବରେ ଆସନ୍ତୁ ସମସ୍ତେ ଶପଥ ନେବା । ଘରେ ପାଣି ଟାଙ୍କି ଭର୍ତ୍ତି କରିବା ସମୟରେ ଅଯଥାରେ ଜଳ ନଷ୍ଟ କରିବା ନାହିଁ, ସଠିକ ସମୟରେ ସ୍ୱିଚ ବନ୍ଦ କରିବା । ବ୍ରସ କରିବା ବେଳେ, ମୁହଁ ଧୋଇବା ବେଳେ, କୁଳି କରିବା ବେଳେ ଆବଶ୍ୟକତା ଅନୁସାରେ ହିଁ ଟ୍ୟାପ ଖୋଲି ପାଣିର ବ୍ୟବହାର କରିବା । ଅଯଥା ପାଣିକୁ ବୋହି ଯିବାକୁ ଦେବା ନାହିଁ । ଗାଧୋଇବା ସମୟରେ, ବାସନ ଓ ଲୁଗା ସଫା ସମୟରେ ଜଳ ନଷ୍ଟ କରିବା ନାହିଁ । ଅଳ୍ପ ଲୁଗା ସଫା କରିବାକୁ ଥିଲେ ୱାସିଂ ମେସିନର ବ୍ୟବହାର ନକରି ମଧ୍ୟ ବାଲ୍ଟିରେ କମ ପାଣିରେ ଧୋଇ ପାରିବା । ଗାଡ଼ି ଧୋଇବାରେ ବ୍ୟବହୃତ ହୋଇଥିବା ପାଣି ଅନ୍ୟ କିଛି କାମରେ ବା ଗଛ ପତ୍ରରେ ବ୍ୟବହାର କରି ପାରିବା । ଘରେ ବା ବାହାରେ କୌଣସି ନଳ ଖୋଲା ଦେଖିଲେ ନିଶ୍ଚିତ ବନ୍ଦ ରଖିବା । ଘରେ ପାଣିକୁ ବାହାରକୁ ବୋହି ଯିବାକୁ ନଦେଇ ସଂରକ୍ଷିତ କରି ରଖି ଅନ୍ୟ କାମରେ ଲଗେଇ ପାରିବା । ଗଛରେ ପାଣି ଦେବାବେଳେ ଯେମିତି ଅନ୍ୟତ୍ର ପାଣି ପଡ଼ି ନଷ୍ଟ ନହୁଏ ସେଥିପ୍ରତି ସାବଧାନ ହେବା । ଆବଶ୍ୟକ ଅନୁସାରେ ଗ୍ଲାସରେ ପାଣି ନେଇ ପିଇବା ଅଳ୍ପ ପିଇ ପୁରା ଗ୍ଲାସ ପାଣି ନଷ୍ଟ କରିବା ନାହିଁ କାରଣ ଗୋଟିଏ ଗ୍ଲାସ ବିଶୁଦ୍ଧ ପାଣି ପାଇବାକୁ ମଧ୍ୟ ଅନେକ ଜଳ ଆବଶ୍ୟକ ହୋଇଥାଏ । ଜଳ ଯଦି ସୁରକ୍ଷିତ ତାହା ଆମର ବନ୍ଧୁ, ଜଳ ଯଦି ଅସୁରକ୍ଷିତ ତାହା ଆମର ଶତ୍ରୁ । ଜଳର ସୁରକ୍ଷା ଆମର ଏକମାତ୍ର ଧ୍ୟେୟ ହେଉ ।
ସେବା ଆମ ମାନଙ୍କୁ ପୁରସ୍କାର ରୂପେ କେବଳ ଆତ୍ମସନ୍ତୋଷ ପ୍ରଦାନ କରେନାହିଁ, କିନ୍ତୁ ଯାହାର ଯନ୍ତ୍ରଣା ଲାଘବ କରିବାରେ ନିଜକୁ ନିୟୋଜିତ କରୁ ସେ ମଧ୍ୟ ସେତିକି ସନ୍ତୁଷ୍ଟ ଓ ପ୍ରସନ୍ନତା ଅନୁଭବ କରେ । ସେବକ ସବୁବେଳେ ବିନୟୀ ହୋଇଥାଏ । ଆମେ ସେବା ପ୍ରଦାନର ପ୍ରତିଦାନରେ କୌଣସି ଆଶା କରୁନା । ଭଗବାନ ବାବା ସମସ୍ତଙ୍କର ସେବା ମାଧ୍ୟମରେ ଆମ ନିଜ ଭିତରେ ଓ ସମଗ୍ର ସୃଷ୍ଟିରେ ଦୈବତ୍ୱକୁ ଆବିଷ୍କାର କରିବାକୁ ଶିକ୍ଷା ଦେଉଛନ୍ତି । ସମଗ୍ର ମାନବ ଜାତିର ଭ୍ରାତୃତ୍ୱର ବ୍ୟାଖ୍ୟା ସେବାର୍ପଣ ମାଧ୍ୟମରେ ହିଁ ସମ୍ଭବ । ସେବାକାର୍ଯ୍ୟ କେବଳ ପ୍ରଶାନ୍ତି ନିଳୟମ୍ ଆଶ୍ରମ ଭିତରେ କିମ୍ବା ଡାକ୍ତରଖାନାରେ ସୀମିତ ନୁହେଁ । ସମାଜର ସତ୍ ସ୍ୱଭାବ ସଂପନ୍ନ ଓ ସଚେତନ ବ୍ୟକ୍ତିମାନେ ପ୍ରତ୍ୟେକ ଜୀବଜନ୍ତୁ, ବୃକ୍ଷଲତା ଆବଶ୍ୟକତା ପୂରଣ କରିବାରେ ଚେଷ୍ଟିତ ରହନ୍ତି । ତେଣୁ କୁହାଯାଏ "ପରୋକକାରାର୍ଥମ୍ ଇଦମ ଶରୀରଂ', ଯଥାର୍ଥରେ ଆମ ସମସ୍ତଙ୍କ ପାଇଁ ଆମେ ସମସ୍ତେ ଏକ ଓ ସେଇ ବିଶ୍ୱ ନିୟନ୍ତାଙ୍କର ସନ୍ତାନ ସନ୍ତତି ମଣି କିଛି କିଛି ସ୍ୱାର୍ଥ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିବ, ତାହା ହିଁ ମାନବ ଜୀବନର ଉଦେ୍ଦଶ୍ୟ, ବଞ୍ଚôବାର ପ୍ରଣାଳୀ ଓ ସାର୍ଥକତା ।
ଖରିଆର ରୋଡ଼, ନୂଆପଡ଼ା