ସୁରକ୍ଷିତ ଓ ସମୃଦ୍ଧ ଭାରତ ଗଠନ ପାଇଁ ଆହ୍ୱାନ


ବାଲେଶ୍ୱର:  ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ଦେଶବାସୀଙ୍କୁ ଦିଆଯାଇଥିବା ଅଧିକାଂଶ ପ୍ରତିଶୃତି ପୂରଣ କରାଯାଇଛି । ଏହା ପରେ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଦିଆଯାଇଥିବା ସମସ୍ତ ପ୍ରତିଶୃତିକୁ ପାଳନ କରାଯାଇଛି । ମୋଦିଜୀଙ୍କ "ରିଫର୍ମ, ପରଫର୍ମ, ଟ୍ରାନ୍ସଫର୍ମ'କୁ ମୂଳମନ୍ତ୍ର ଓ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସକୁ ଆଧାର କରି ସୁରକ୍ଷିତ ଭାରତ, ସମୃଦ୍ଧ ଭାରତ ଗଠନ ପାଇଁ ସଂକଳ୍ପ ନେଇଛନ୍ତି । ୧୦ ବର୍ଷର ବିଶ୍ୱସନୀୟତା ଓ ଆଗାମୀ ୫ ବର୍ଷରେ ଦେଶର ବିକାଶଯାତ୍ରାକୁ ତ୍ୱରାନ୍ୱିତ କରି ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ଉଦେ୍ଦଶ୍ୟରେ ବିଜେପି ତରଫରୁ ମୋଦିଙ୍କ ଗ୍ୟାରେଣ୍ଟି ପ୍ରକାଶ ପାଇଛି ।  ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ, କୃଷିଭିତିକ ଶିଳ୍ପ ପ୍ରତିଷ୍ଠାନ, ଶ୍ରୀଅନ୍ନର ଗୁରୁତ୍ୱ, ପିଏମକିସାନ ଜରିଆରେ ଆର୍ଥିକ ସହାୟତା ପ୍ରଦାନ ଆଦି କୃଷକକଲ୍ୟାଣକୁ ପ୍ରାଧାନ୍ୟ ଦେଇଛନ୍ତି ମୋଦିଜୀ  । ଏହା ବ୍ୟତୀତ ପର୍ଯ୍ୟଟନ ଶିଳ୍ପର ବିକାଶକୁ ମଧ୍ୟ ଗରୁତ୍ୱ ଦିଆଯାଇଛି । ଭିତ୍ତିଭୂମି ଓ ନୂତନ ଶିକ୍ଷାନୀତିକୁ ସଶକ୍ତ କରାଯାଇଛି । ଆକଶ, ଜଳ, ରେଳ ଓ ସଡ଼କ ଗମନାଗମନ କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ଆସିଛି । ଏକଲବ୍ୟ ବିଦ୍ୟାଳୟଠାରୁ ଆରମ୍ଭ କରି ଆଇଅ ।ଇଏମ, ଆଇଆଇଟି, ମେଡ଼ିକାଲ ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ଏହି ଅବସରରେ ଶ୍ରୀ ଷଡଙ୍ଗୀ କହିଥିଲେ ଯେ, ସମାନ ନାଗରିକତା ସଂହିତା ଲାଗୁ ହେଲେ ପଡୋଶୀ ରାଷ୍ଟ୍ରରୁ ଅତ୍ୟା·ରର ଶିକାର ହୋଇ ଫେରିଥିବା ମୂଳ ଭାରତୀୟଙ୍କୁ ସମ୍ମାନ ମିଳିବ  ।
ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ବଡ଼ସାହି ବିଧାୟକ ତଥା ପ୍ରାର୍ଥୀ ସନାତନ ବିଜୁଳି, ରେମୁଣାର ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତ, ବାଲେଶ୍ୱ୍ର ଲୋକସଭା ସଂଯୋଜକ ଶୁଭଙ୍କର ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଲୋକସଭା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।