ଜିଲା ଟ୍ୟାକ୍ସବାର ଆସୋସିଏସନ୍ର ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କ ଶପଥ ପାଠ
ବ୍ୟାସନଗର: ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ୍ର ୨୦୨୪-୨୫ ବର୍ଷ ନିମନ୍ତେ ନବ ନିର୍ବାଚିତ ନୂତନ କର୍ମକର୍ତାଙ୍କ ଶପଥ ପାଠ ଉତ୍ସବ ସ୍ଥାନୀୟ ହୋଟେଲ ରୟାଲ କଳିଙ୍ଗ ଠାରେ ଅନୁଷ୍ଟିତ ହେଇଯାଇଛି । ସମସ୍ତ କାର୍ଯ୍ୟ କର୍ତ୍ତାଙ୍କୁ ନିର୍ବାଚନ ଅଧିକାରୀ ବରିଷ୍ଟ ଓକିଲ ଲକ୍ଷ୍ମୀଧର ସାହୁ ଶପଥ ପାଠ କରିଥିଲେ । । କାର୍ଯ୍ୟକର୍ତ୍ତା ଭାବରେ ସଭପତି ବିବେକାନନ୍ଦ ମହାନ୍ତି, ଉପସଭାପତି ଧନେଶ୍ୱର ବାରିକ, ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ଶର୍ମା, ସହ ସମ୍ପାଦକ ସସ୍ମିତା ସ୍ୱାଇଁ, କୋଷାଧ୍ୟକ୍ଷ ଦିପୁ ବାରିକ, ଲାଇବ୍ରେରୀ ସମ୍ପାଦକ ଅକ୍ଷୟ କୁମାର ବାରିକ କାର୍ଯ୍ୟକାରି ସଦସ୍ୟ ଭାବରେ ରମାକାନ୍ତ ସେଠୀ, ରମାକାନ୍ତ ଚୋହ୍ୱାନ, ରତିକାନ୍ତ ବେହେରା, ରମାକାନ୍ତ ନନ୍ଦ ବାରର ପ୍ରତ୍ୟେକ ଦିଗରୁ ଗରିମା ବୃଦ୍ଧି କରିବାର ଶପଥ ପାଠ କରିଥିଲେ । । ଉତ୍ସବରେ ସର୍ବଶ୍ରୀ ମାନସ ରଞ୍ଜନ ସାମଲ, ଦୂର୍ବାଦଳ ବସୁ, ହେମନ୍ତ ପଥାଳ, ଦିଲ୍ଲୀପ ମଲ୍ଲିକ, ଆଲୋକ ଜେନା, ଘନଶ୍ୟାମ ସାହୁ, ଦିଲ୍ଲୀପ ନାୟକ, ରାଜେନ୍ଦ୍ର ଧୀର, ପ୍ରବୀର କୁମାର ରାଉତ ପ୍ରମୁଖ ଉପସ୍ଥିତି ଥିଲେ ।