ଏକ୍ ପେଡ ମା’ କେ ନାମ୍ ସଚେତନତା ରଥ ଶୁଭାରମ୍ଭ
ଚମ୍ପୁଆ : ରାଜ୍ୟ ସରକାରଙ୍କ ଆହ୍ୱାନ କ୍ରମେ ଏକ୍ ପେଡ ମା’ କେ ନାମ ଅଭିଯାନ ଆରମ୍ଭ କରାଯାଇଥିବା ବେଳେ ଏହି ଅଭିଯାନକୁ ଲୋକାଭିମୁଖି କରିବା ସହିତ ଧରିତ୍ରୀ ମା’ର ସୁରକ୍ଷା ନେଇ ଗଛ ଟିଏ ଲଗାଇବା ଲକ୍ଷରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅନୁକୁଲ୍ୟାରେ ଚମ୍ପୁଆ ବନାଞ୍ଚଳ ପକ୍ଷରୁ ଏକ ସଚେତନତା ରଥ ଶୁଭାରମ୍ଭ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚମ୍ପୁଆ ଏନଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ, ଅନ୍ୟତମ ଅତିଥି ଭାବେ ବିଡିଓ ସ୍ମୃତି ରଂଜନ ସାହୁ, ତହସିଲଦାର ସଜତ ମାର୍କେ, ରେଞ୍ଜର ତଥା ଏସିଏଫ ଅକ୍ଷୟ ଛତ୍ରିୟା ପ୍ରମୁଖ ଯୋଗଦେଇ ସବୁଜ ପତାକା ହଲାଇ ଏହି ରଥର ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ଚମ୍ପୁଆ ବନାଞ୍ଚଳ ଅଧିନସ୍ଥ ୫ଟି ସେକ୍ସନରେ ପରିଭ୍ରମଣ କରିବା ସହିତ ଲୋକଙ୍କୁ ବୃକ୍ଷରୋପଣ ପାଇଁ ସଚେତନ କରିବେ ବୋଲି ଜଣାଯାଇଛି । କାର୍ଯ୍ୟକ୍ରମକୁ ଫରେଷ୍ଟର ଜ୍ୟୋତିରୂପା ପାଣି ପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।