ବିକାଶ ମେଳା ପ୍ରସ୍ତୁତି ପାଇଁ ସମୀକ୍ଷା

 ଚମ୍ପୁଆ : ରାଜ୍ୟ ସରକାରଙ୍କ ଏକବର୍ଷର ପୂର୍ତ୍ତି ଅବସରରେ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଆୟୋଜିତ ହେବାକୁ ଥିବା ବିକାଶ ମେଳାର ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି  । ଚମ୍ପୁଆ ବିଡିଓ ସ୍ମୃତି ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ଗୁଡିକ ସମାଜର ତଳସ୍ତରର ବ୍ୟକ୍ତିଙ୍କ ପାଖରେ ଯେପରି ପହଞ୍ଚି ପାରିବ ସେ ନେଇ ବିଭିନ୍ନ ବିଭାଗର ସମୀକ୍ଷା କରାଯାଇଥିଲା  । ପ୍ରଥମେ ତହସିଲଦାର ସଜତ ମାର୍କେ ରାଜସ୍ୱ ସେବା ବିଷୟରେ ଅବଗତ କରାଇଥିଲେ  । ମୃତ ବ୍ୟକ୍ତିଙ୍କ ନାମ ସଂଶୋଧନ ପ୍ରକ୍ରିୟାର ସୁଯୋଗ ନେବାକୁ ଅଂଶୀଦାର ମାନଙ୍କୁ  ପରାମର୍ଶ ଦେଇଥିଲେ  । ଜୁନ ୧୨ରୁ ୨୧ ତାରିଖ ପର୍ଯ୍ୟନ୍ତ ବିକାଶ ରଥ ବ୍ଲକର ସମସ୍ତ ୨୧ଟି ପଞ୍ଚାୟତ ପରିକ୍ରମା କରିବା ସହ ଯୋଜନା ଅନୁଯାୟୀ ହିତାଧିକାରୀ ମାନଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ମଞ୍ଚାସୀନ ଅଧିକାରୀ ମାନେ ଗୁରୁତ୍ୱାରୋପ କରିଥିଲେ  ।  ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ନାଏକ, ତହସିଲଦାର ସଜତ ମାର୍କେ, ଉପଖଣ୍ଡ ଚିକିସôାଧିକାରୀ ଡଃ ଉମାକାନ୍ତ ସାହୁ, ଭଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନଚାର୍ଯ ଡାକ୍ତର ଓମ୍ ପ୍ରକାଶ ବାରିକ, ଏବିଡିଓ ଚୁନୁ ହାଁସଦା, ପାଟଣା ବିଧାୟକଙ୍କ ପ୍ରତିନିଧି ଭାବଗ୍ରାହୀ ମହାନ୍ତ,ଜଳ ଯୋଗାଣ ଯନ୍ତ୍ରୀ କରନ ସୋରେନ୍ ପ୍ରମୁଖ ମଞ୍ଚାସୀନ ଥିଲେ  ।