ଘରର ଗ୍ରୀଲ୍ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ 


ାା ପ୍ରଭାନୁ୍ୟଜ ।ା  ବୈଶିଙ୍ଗା,:  ବୈଶିଙ୍ଗା ଥାନା ଅଧୀନ ପତଡା ଗ୍ରାମର  ରାସ୍ତା ପାର୍ଶ୍ୱରେ ଥିବା ଜନୈକ ବ୍ୟକ୍ତିଙ୍କ ଘରୁ ଘରେ କେହି ନଥିବାର ସୁଯୋଗ ନେଇ ଦୁବୃର୍ତ୍ତମାନେ ଘରର ଗ୍ରୀଲ ଏବଂ କବାଟ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଅନ୍ୟ ସାମଗ୍ରୀ ଲୁଟ୍ କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି ।
ଖବରରୁ ପ୍ରକାଶ ଯେ, ଜାରକା- ଯୁଗପୁରା ରାସ୍ତା ପାର୍ଶ୍ୱରେ ଏକ ନୂଆ ଘର କରି ନିଜ ଧର୍ମପନôୀ ମମତା ଓ ପୁଅଝିଅଙ୍କ ସହିତ ରହି ଆସୁଥିଲେ ଯତୀନ ମହାପାତ୍ର ।  ହେଲେ ଗତ ମାସେ ହେବ ଯତୀନ ସ୍ତ୍ରୀଙ୍କ ସହିତ ମହାରାଷ୍ଟ୍ର ପୁନେ ସ୍ଥିତ ନିଜ ପୁଅ ପାଖକୁ ବୁଲିବାକୁ ଯାଇଛନ୍ତି । ଯାହାଫଳରେ ଯତୀନଙ୍କ ଅନୁପସ୍ଥିତି ଯୋଗୁଁ ତାଙ୍କ ଘରେ  ତାଙ୍କ ଭାଇ ବିପିନ ମହାପାତ୍ର ରାତ୍ରିରେ ଯାଇ ଶୋଉଥିଲେ ସକାଳ ହେଲେ ଘର କବାଟ ସହିତ ଗ୍ରୀଲ୍ରେ ତାଲା ପକେଇ ନିଜ ଘରକୁ ଫେରୁଥିଲେ । ହେଲେ ସବୁଦିନ ଭଳି ଗତକାଲି ବିପିନ ରାତିରେ ଶୋଇବାକୁ ଯାଇ ଦେଖିବାକୁ ପାଇଥିଲେ କି ଗ୍ରୀଲ ତାଲା ଭଙ୍ଗାଯାଇଛି । ସେ ଆଶ୍ଚର୍ଯ୍ୟ ହୋଇ ଭିତରକୁ ଯାଇ ଦେଖିବାକୁ ପାଇଥିଲେ କି ଘରର ମୁଖ୍ୟ କବାଟର ତାଲା ମଧ୍ୟ ଭଙ୍ଗା ହୋଇଛି । ଯାହାଫଳରେ ସେ ଚୋରି ହୋଇଥିବାର ଆଶଙ୍କା କରି ଘର ଭିତରକୁ ଯାଇ ଦେଖିବାକୁ ପାଇଥିଲେ କି ଘର ଭିତରେ ଥିବା ଆଲମିରା ଗୁଡିକ ମଧ୍ୟ ତାଲା ଭଙ୍ଗାଯିବା ସହ ଘରର ଆସବାପତ୍ର ଏଣେ ତେଣେ ହୋଇ ପଡିରହିଛି । ହେଲେ ତାଙ୍କ ଭାଇଙ୍କ ଅନୁପସ୍ଥିତି ଯୋଗୁଁ  ସେ ପ୍ରକୃତ ଚୋରି ସାମଗ୍ରୀର ମୂଲ୍ୟ ଆକଳନ କରିପାରିନଥିଲେ । ସେ ସଙ୍ଗେ ସଙ୍ଗେ ପରିବାର ବର୍ଗଙ୍କୁ ଜଣାଇବା ସହିତ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ । ପୁଲିସ ବିଳମ୍ବିତ ରାତିରେ ପହଞ୍ଚି ତଦନ୍ତ କରି ଫେରି ଆସିଥିବାବେଳେ ରବିବାର ପୂର୍ବାହ୍ନରେ ବିପିନଙ୍କ ଲିଖିତ ଅଭିଯୋଗ ପରେ ୨୪୧/୨୪ରେ ଏକ ମାମଲା ରୁଜୁ କରିବା ସହିତ ବାରିପଦାରୁ ସାଇଣ୍ଟିଫିକ ଟିମ ଆସି ଘଟଣାସ୍ଥଳରେ ତନାଘନା କରି ଫେରିଛି । ଖବର ପାଇ ଆଜି ଯତୀନଙ୍କ ଝିଅ ଜ୍ୱାଇଁ ମଧ୍ୟ ଆସି ଘଟଣାସ୍ଥଳରେ ପହଞ୍ଚôଥିଲେ । ଯତୀନ ମହାପାତ୍ର ପୁନେରୁ ଆସିବା ପରେ ହିଁ ପ୍ରକୃତ ଚୋରିର ମୂଲ୍ୟ ଆକଳନ କରି ହେବ ବୋଲି ବିପିନ କହିଛନ୍ତି ।