ବରିଷ୍ଠ ନାଗରିକ ମଞ୍ଚର ସ୍ୱତନ୍ତ୍ର ବୈଠକ 


ାା ପ୍ରଭାନୁ୍ୟଜ ।ା ବଡ଼ସାହି: ବରିଷ୍ଠ ନାଗରିକ ମଞ୍ଚ ବଡ଼ସାହି ବ୍ଲକ୍ ଶାଖା ପକ୍ଷରୁ ଦୋଳ ପୂର୍ଣ୍ଣିମା ପାଳନ ଅବସରରେ ଏକ ସ୍ୱତନ୍ତ୍ର ବୈଠକ ସଭାପତି ସୁନିଲ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ଫଗୁ ଖେଳ ହୋଇଥିଲା । ପରେ ମଞ୍ଚର ବିଭିନ୍ନ ପ୍ରସଙ୍ଗର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲାର ଅନ୍ୟ ବରିଷ୍ଠ ନାଗରିକ ମଞ୍ଚ ଭଳି ବଡ଼ସାହି ମଞ୍ଚକୁ କିପରି ସରକାରୀ ଅନୁଦାନ ଆସିପାରିବ, ସେଥିନିମନ୍ତେ ସଂପୃକ୍ତ ଜିଲ୍ଲା ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରାଯିବାର ନିଷ୍ପତ୍ତି ନିଆଯାଇଛି । ସେହିପରି ମଞ୍ଚର ସ୍ଥାୟୀ ଗୃହ ପାଇଁ ପୁନର୍ବାର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା, ନିକଟରେ ଅଧିକ ଗରମ ଅନୁଭୂତ ଯୋଗୁଁ ବଡ଼ସାହି ବଜାର ମଧ୍ୟରେ ସ୍ଥାପିତ ହନୁମାନ ମନ୍ଦିର ନିକଟରେ ଜଳ ଯୋଗାଣର ବ୍ୟବସ୍ଥା କରାଯିବା ପାଇଁ ସିଦ୍ଧାନ୍ତ ନିଆଯାଇଛି । ଏଥିରେ ପ୍ରଦୀପ କୁମାର ବେହେରା, ସୁବୋଧ କୁମାର ଦାସ, ମନୋରଞ୍ଜନ ବଳା, ସରୋଜ କୁମାର ବେହେରା, ସୁବୋଧ କୁମାର ଦଣ୍ଡପାଟ, ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିବାବେଳେ ରମାନାଥ ପ୍ରଧାନ, ସୁବାଷ ଖଣ୍ଡା, କୃଷ୍ଣମୋହନ ଜେନା, କରୁଣାକର ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସାଧାରଣ ସମ୍ପାଦକ ରନôାକର ପାତ୍ର ବିବରଣୀ ଉପସ୍ଥାପନ ସହିତ ଧନ୍ୟବାଦ ପ୍ରଦାନ କରିଥିଲେ ।