ବରିଷ୍ଠ ନାଗରିକ ମଞ୍ଚର ବୈଠକ
ବଡ଼ସାହି : ବରିଷ୍ଠ ନାଗରିକ ମଞ୍ଚ ବଡ଼ସାହି ଶାଖାର ଏକ ବୈଠକ ସଭାପତି ସୁନିଲ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିବା ବେଳେ ନୂତନ ସଦସ୍ୟଙ୍କୁ ପୁଲିସ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ୮୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ ନେଇ ସରକାର ଦେଇଥିବା ପ୍ରତିଶ୍ରୁତି ଅଦ୍ୟାବଧି ପାଳନ କରାଯାଇ ନଥିବା ସମ୍ପର୍କରେ ଆଲୋଚନା ହୋଇଥିଲା । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନିର୍ମିତ ନୂତନ କୋଠାର ବ୍ୟବହାର କରାଯାଉନଥିବା ନେଇ କ୍ଷୋଭ ପ୍ରକାଶ ପାଇଥିଲା । ଏଥିରେ ସୁବୋଧ ଦାସ, ମନୋରଞ୍ଜନ ବଳା, ସୁଷମା ପାତ୍ର, ସୁବୋଧ ଦଣ୍ଡପାଟ, ସରୋଜ ବେହେରା, ପ୍ରତାପ ପାତ୍ର, ଭାସ୍କର ସାହୁ, ସନ୍ତୋଷ ଦ୍ୱିବେଦୀ, ନିର୍ମଳ ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକ ସମ୍ପାଦକ ରତ୍ନାକର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ କୋଷାଧ୍ୟକ୍ଷ ପ୍ରଦୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।