ହାଇଡ୍ରା ପଛକୁ ପିଟିଲା ଘରୋଇ ବସ, ୨ ଆହାତ
ସୋର : ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଛପୋଲିଆ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ ଆଗରେ ଯାଉଥିବା ଏକ ହାଇଡ୍ରା ପଛରୁ ଧକା ଦେବା ଫଳରେ ଚାଳକ ସମେତ ଅନ୍ୟ ଜଣେ ଯାତ୍ରୀ ଗୁରୁତ୍ତର ଆହତ ହୋଇଛନ୍ତି । ଆଜି ପୂର୍ବାହ୍ନରେ ନୀଳମାଧବ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ବାରିପଦାରୁ ୫୫ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଛପୋଲିଆ ନିକଟରେ ଆଗରେ ଯାଉଥିବା ଏକ କାରକୁ ଓଭରଟେକ କରି ଭାରସାମ୍ୟ ହରାଇ ଆଗରେ ଯାଉଥିବା ଏକ ହାଇଡ୍ରାକୁ ପଛରୁ ଧକା ଦେଇଥିଲା । ଫଳରେ ବସ ଚାଳକ ବାରିପଦାର କରୁଣାକର ଦାସ ଏବଂ ବସଯାତ୍ରୀ ପାଣିକୋଇଲି ଅଞ୍ଚଳର ସୁରେଶ ମାଝୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ଡାକ୍ତର ଉଭୟଙ୍କୁ ବାଲେଶ୍ୱର ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତରିତ କରିଥିଲେ । ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବସଟିକୁ ଜବତ କରି ଥାନାରେ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।