ବେତନଟୀ ବ୍ଲକରେ ବଢୁଛି ବ୍ୟାପକ ହେରଫେର
ାା ପ୍ରଭାନୁ୍ୟଜ ।ା ବେତନଟୀ: ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ବେତନଟୀ ବ୍ଲକ ସରକାରୀ ଚାଉଳ ଗୋଦାମ ଓ ଖଇରିବଣୀ ଆଶ୍ରମ ସ୍କୁଲର ମଧ୍ୟାହ୍ନ ଭୋଜନ ଚାଉଳରେ ଓଜନ କମ୍ ଥିବା ଜଣାପଡିବା ପରେ ବ୍ଲକର ଯୋଗାଣ ନିରୀକ୍ଷକଙ୍କୁ ଜିଲ୍ଲା ଯୋଗାଣ ଅଧିକାରୀ ମନ୍ତ୍ରୀଙ୍କ ନିଦେ୍ର୍ଦଶକ୍ରମେ ବିଶୋଇ ବ୍ଲକକୁ ବଦଳି କରିଥିଲେ । ଏହି ଘଟଣା ନେଇ ରାଜ୍ୟ ବିଧାନସଭା ପର୍ଯ୍ୟନ୍ତ ହଇଚଇ ସୃଷ୍ଟି ହେବା ଏବଂ ବେତନଟୀ ବ୍ଲକର ଯୋଗାଣ ନିରୀକ୍ଷକ ସସ୍ମିତା ସେଠିଙ୍କୁ ବଦଳି କରାଯିବା ସତ୍ତ୍ୱେ ବର୍ତ୍ତମାନ ତାଙ୍କ ସ୍ଥାନରେ ଯୋଗ ଦେଇଥିବା ଯୋଗାଣ ନିରୀକ୍ଷକ କିଛି ଶିକ୍ଷା ଲାଭ ନ କରିବାରୁ ପିଡିଏସ୍ ଚାଉଳ ବଣ୍ଟନରେ ହେରଫେର ଏବଂ ଓଜନ କମ୍ ଯୋଗୁଁ ନଡପୁର ପଞ୍ଚାୟତର ହିତାଧିକାରୀ ପ୍ରତିବାଦ କରିବାରୁ ଏବିଡିଓ ପଞ୍ଚାୟତର ଗୋଦାମ ଗୃହ ସିଲ କରିଥିଲେ । ଏହି ଘଟଣାର ସମାଧାନ ପାଇଁ ଏବଂ ତଦନ୍ତ କରିବାକୁ ବେତନଟୀ ବିଡିଓ ଗୋପୀନାଥ ଖାଖାଙ୍କ ସହିତ ଯୋଗାଣ ନିରୀକ୍ଷକ ପହଞ୍ଚôବା ପରେ ହିତାଧିକାରୀଙ୍କୁ ଚାଉଳ କମ୍ ଦିଆଯାଉଥିବା ପ୍ରତିବାଦରେ ଶହ ଶହ ହିତାଧିକାରୀ ଆଠ ଘଣ୍ଟା ଧରି ଚାବି ବନ୍ଦ କରି ଅଟକ ରଖିବା ଯୋଗୁଁ ବୈଶିଙ୍ଗା ଓ ବେତନଟୀ ପୁଲିସ ସହିତ ଫୋର୍ସ ଧରି ଏସଡିପିଓ ପହଞ୍ଚôବା ପରେ ଘଟଣାର ସମାଧାନ ହୋଇ ଯୋଗାଣ ସହାୟିକା ଜୟସ୍ମିତା କବାଟଙ୍କୁ ବହିଷ୍କାର ଆଦେଶ ପରେ ଗ୍ରାମବାସୀ ଧାରଣା ପ୍ରତ୍ୟାହାର କରିଥିଲେ । ବେତନଟୀ ବ୍ଲକରେ ସମସ୍ତ ସରକାରୀ ଅଧିକାରୀମାନେ ଜନ ସାଧାରଣଙ୍କ ଅଭିଯୋଗ ନ ଶୁଣି ଦୁର୍ନୀତିଗ୍ରସ୍ତ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରି ଆସୁଥିବାରୁ କେବଳ ଯୋଗାଣ ବିଭାଗ ନୁହେଁ ପ୍ରତ୍ୟେକ ଗ୍ରାମରେ ଚାଲିଥିବା ନିର୍ମାଣ କାର୍ଯ୍ୟରେ ଜେଇମାନଙ୍କ ଠାରୁ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଦୁର୍ନୀତିରେ ବୁଡି ରହୁଛନ୍ତି । ଏ ନେଇ ଲୋକେ ଅଭିଯୋଗ କଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଯୋଗୁଁ ସରକାରୀ ଅର୍ଥ ବ୍ୟାପକ ଭାବେ ଆତ୍ମସାତ ହେଉଥିବା ଅଭିଯୋଗ ହୋଇ ଆସୁଥିଲେ ବି ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଯୋଗୁଁ ସାଧାରଣ ଲୋକେ ନ୍ୟାୟ ନ ପାଇବା ଯୋଗୁଁ କୌଣସି ପଞ୍ଚାୟତରେ ଅଭିଯୋଗ ନ କରି ନିରବ ରହିବାକୁ ବାଧ୍ୟ ହେଉଥିବା ପ୍ରକାଶ କରିଛନ୍ତି । ସେହିପରି ମନରେଗା କାର୍ଯ୍ୟରେ ଶ୍ରମିକମାନଙ୍କର ଜବକାର୍ଡ ଥିଲେ ବି କାମ ମିଳୁ ନ ଥିବାରୁ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଯାଉଥିଲେ ସୁଦ୍ଧା ବ୍ଲକ ପ୍ରଶାସନ ପକ୍ଷରୁ ଜନଅଭିଯୋଗ ଶୁଣାଣି ବା ପଞ୍ଚାୟତ ସମିତି ବୈଠକ ନ କରି ସରକାରୀ ଭାବେ ରିପୋର୍ଟ ପ୍ରସ୍ତୁତି କରାଯାଇ ଆସୁଥିବାର ଅଭିଯୋଗ ହୋଇଥାଏ । ସେହିପରି ତହସିଲ ଠାରୁ ପୁଲିସ ଅବକାରୀ ବିଭାଗ ସହିତ ବନ ବିଭାଗରେ ବ୍ୟାପକ ହେରଫେର ଓ ବ୍ୟାପକ ଲାଞ୍ଚ କାରବାର ଯୋଗୁଁ ସାଧାରଣ ଲୋକେ ଅଣ ନିଶ୍ୱାସୀ ହୋଇ ପଡିଲେଣି । ବେତନଟୀ ତହସିଲରେ ବିନା ଲାଞ୍ଚରେ କୌଣସି କାମ ହେଇ ନ ଥିବା ଅଭିଯୋଗ ସତ୍ତ୍ୱେ ଏହା ସରକାରଙ୍କ ପ୍ରତି ନ କାରାତ୍ମକ ଧାରଣା ସୃଷ୍ଟି ହେଉଥିବା ଲୋକମାନେ ପ୍ରକାଶ କରିଛନ୍ତି ।