ନୂତନ ଥାନା ଅଧିକାରୀଙ୍କ ଯୋଗଦାନ
ାା ପ୍ରଭାନୁ୍ୟଜ୍ ।ା କେନ୍ଦ୍ରାପଡ଼ା: ମାର୍ଶାଘାଇ ଥାନାରେ ନୂତନ ଥାନା ଅଧିକାରୀ ଭାବେ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ କାର୍ଯ୍ୟରେ ଯୋଗ ଦେଇଛନ୍ତି । କିଛିଦିନ ତଳେ କେନ୍ଦ୍ରାପଡା ଜିଲ୍ଲାରେ ଥାନା ଅଧିକାରୀ ମାନଙ୍କୁ ଅଦଳ ବଦଳି କରା ଯାଇଥିଲା । ସେଥିମଧ୍ୟରେ ମାର୍ଶାଘାଇ ଥାନା ଅଧିକାରିଣୀ ପ୍ରଜ୍ଞା ପରିମିତା ଜେନାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଥିବାରୁ କେନ୍ଦ୍ରାପଡ଼ା ମୁଖ୍ୟ କାର୍ଯ୍ୟାଳୟରୁ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ମାର୍ଶାଘାଇ ଥାନା ଅଧିକାରୀ ଭାବରେ ଯୋଗଦେଇଛନ୍ତି ।