ଓଡ଼ିଶା ଚାହୁଁଛି ବିଜେପି ଆସୁ: ଓମ ବିର୍ଲା

ଓଡ଼ିଶା ଚାହୁଁଛି ବିଜେପି ଆସୁ: ଓମ ବିର୍ଲା

ଭୁବନେଶ୍ୱର: ଲୋକସଭା ବାଚସ୍ପତି ଓମ ବିର୍ଲା ବାଲେଶ୍ୱରରେ ପହଞ୍ଚିଛନ୍ତି । ଏହି ଅବସରରେ ସେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଓଡ଼ିଶାରେ ବିଜେପି ଆସୁ ବୋଲି ଓଡ଼ିଶାବାସୀ ଚାହୁଁଛନ୍ତି ।  ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି । ବିଜେପି ଆସୁ ବୋଲି ଚାହୁଁଛନ୍ତି । ୨୫ ବର୍ଷ ସରକାର ଗରିବଙ୍କ ପାଇଁ କିଛି କରିପାରିନାହାନ୍ତି । ଓଡ଼ିଶାରେ ପୂର୍ଣ୍ଣରୂପରେ ବିଜେପି ସବୁ ଲୋକସଭା ଜିତିବ ।

ଦୁଇ ଜାଗାରେ ଗୋଟିଏ ସରକାର ହେଲେ ବିକାଶର ନୂଆ ଧାରା ହେବ । ନବୀନ ସରକାରଙ୍କୁ ଲୋକେ ଦେଖିଛନ୍ତି । ଏବେ ବିଜେପି ସରକାର ଦେଖିବେ । ଆଗାମୀ ଦିନରେ ଓଡ଼ିଶାରେ ବିକାଶର ପ୍ରବଳ ସମ୍ଭାବନା ରହିଛି ।  ଦେଶବାସୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଚନ୍ତି ।