ନିର୍ଯାତିତା ବିବାହିତା ମହିଳା, ଗୁହାଳ ଘରେ ବିତୁଛି ଜୀବନ
ରାଜନଗରରୁ ବସନ୍ତ ହାତୀ: ରାଜନଗର ବ୍ଲକ ମହୁଲିଆ ପଞ୍ଚାୟତ ମାଣପଡା ଗ୍ରାମରେ ଜଣେ ମହିଳାଙ୍କ ସହ ତିନିଝିଅ ଏକ ଗୁହାଳ ଘରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି । ଖବରରୁ ଜଣାଯାଏ ଯେ, ମାଣପଡା ଗ୍ରାମର ସ୍ୱର୍ଗତ କାଶୀ ନାଥଙ୍କ ଝିଅ ଅନ୍ନପୂର୍ଣ୍ଣା ନାଥ ୨୦୦୯ ମସିହାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଆରତୁଙ୍ଗ ଗ୍ରାମର ଶ୍ରୀନିବାସ ନାଥଙ୍କୁ ବିବାହ କରିଥିଲେ । ସେମାନେ ନାଥ(ଯୋଗୀ) ପରିବାର ହୋଇଥିବାରୁ ଭିକ୍ଷାବୃତ୍ତି କରି ପରିବାର ପ୍ରତିପୋଷଣ ହେଉଥିଲେ । ତାଙ୍କର ୧୪, ୧୧ ଓ ୨ବର୍ଷ ୬ମାସର ତିନୋଟି ଝିଅ ଅଛନ୍ତି । ଗତ କିଛିବର୍ଷ ହେବ ସ୍ୱାମୀ ଶ୍ରୀନିବାସ ଭିକ୍ଷାବତ୍ତି କରି ଯାହା ରୋଜଗାର କରନ୍ତି, ତାହାକୁ ମଦ୍ୟପାନରେ ସାରି ଦିଅନ୍ତି । ଘରକୁ ଜିନିଷପତ୍ର କିଛି ନଆଣି ସ୍ତ୍ରୀ ଅନ୍ନପୂର୍ଣ୍ଣାଙ୍କୁ ମାଡଗାଳି ଦିଅନ୍ତି । ବିଭିନ୍ନ ସମୟରେ ଅନ୍ନପୂର୍ଣ୍ଣାଙ୍କୁ ନିର୍ଯାତନା ଦିଆଯାଉଥିବା ଖବର ପାଇ ସାଇ ପଡିଶା ପହଂଚି ଆପୋଷ ସମାଧାନ କରିଥାନ୍ତି । ମାତ୍ର ଗତ ୧୫ଦିନ ପୂର୍ବେ ଶ୍ରୀନିବାସ ଅନ୍ନପୂର୍ଣ୍ଣାଙ୍କୁ ମାଡମାରି କାଦୁଆ ବିଲରେ ପୋତି ଦେଇଥିବା ପଡୋଶୀମାନେ ଦେଖି ଡାକ୍ତରଖାନା ନେଇ ଚିକିସôା କରିବା ସହ ବାପଘରକୁ ଖବର ଦେଇଥିଲେ । ବାପଘରେ ବାପା ଓ ଭାଇ କେହି ନଥିବା ବେଳେ ଏକମାତ୍ର ୯୦ବର୍ଷର ମାଆ ବୁଢି କିଛି କରିବା ଅବସ୍ଥାରେ ନଥିଲେ । ବାଧ୍ୟହୋଇ ଅନ୍ନପୂର୍ଣ୍ଣା ତାଙ୍କର ତିନି ଝିଅଙ୍କୁ ସାଙ୍ଗରେ ଆଣି ବାପଘରେ ପହଞ୍ଚିଥିଲେ । ଘରଦ୍ୱାର ନଥିବାରୁ ମା ବୁଢି ଅନ୍ୟଜଣଙ୍କ ଘରେ ଆଶ୍ରୟ ନେଇଛନ୍ତି । ଅନ୍ନପୂର୍ଣ୍ଣା ଗାଁରେ ପହଞ୍ଚିିବା ପରେ ରହିବାକୁ ଘର ପାଇନଥିଲା । ଶେଷରେ ପଡୋଶୀ ଜଣକ ତାଙ୍କ ଗୁହାଳ ଘରେ ଆଶ୍ରୟ ଦେଇଥିଲା । ନିରୁପାୟ ହୋଇ ଅନ୍ନପୂର୍ଣ୍ଣା ନିଜେ ଓ ତାଙ୍କର ତିନି ଝିଅଙ୍କୁ ନେଇ ସେହି ଗୁହାଳ ଘରେ ଆଶ୍ରୟ ନେଇଛନ୍ତି । ଭଦ୍ରକ ଜିଲ୍ଲାରେ ସ୍ୱାମୀ ଦ୍ୱାରା ନିର୍ଯ୍ୟାତିତା ହୋଇ ଜନ୍ମମାଟି ମାଣପଡାକୁ ଫେରିଥିବା ଅନ୍ନପୂର୍ଣ୍ଣା ଭଦ୍ରକ ଜିଲ୍ଲା ପ୍ରଶାସନର କୈ÷ାଣସି ସହାୟତା ପାଇନଥିବା ସାଧାରଣରେ ବିସ୍ମୟଭାବ ସୃଷ୍ଟି କରିଛି । ଏହି ଅନାଥ ପରିବାରକୁ ଗାଁ ଲୋକଙ୍କ ସହ ବଦାନ୍ୟ ବ୍ୟକ୍ତିମାନେ ସହାୟତାର ହାତ ବଢାଇଛନ୍ତି । ମାତ୍ର ପ୍ରଶାସନ ଏହି ଅସହାୟ ପରିବାର ନିକଟରେ ପହଞ୍ଚିନଥିବା ସୂଚନା ମିଳିଛି ।