ମାନବିକ ଅଧିକାର ଦିବସ ପାଳିତ

ରାୟଗଡ଼ା: ରାୟଗଡ଼ା ସ୍ୱୟଂଶାସିତ ମହବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ କକ୍ଷରେ ଜିଲ୍ଲା ମାନବ ଅଧିକାର ଏବଂ ରାୟଗଡ଼ା ସ୍ୱୟଂଶାସିତ ମହାବଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମିଳିତ ଆନୁକୁଲ୍ୟରେ ‘ ଆନ୍ତର୍ଜାତୀୟ ମାନବ ଅଧିକାର’ ଦିବସ ପାଳିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ୍ ଡଃ. ଦୁଷ୍ମନ୍ତ କୁମାର ମହାନ୍ତି ଏବଂ ସୂଚନା ଓ ପ୍ରସାରଣ ଅଧିକାରୀ ବସନ୍ତ କୁମାର ପ୍ରଧାନ ଯୋଗ ଦେଇଥିଲେ  । ଏହା ସହ ଜିଲ୍ଲା ସଭାପତି କେ.ସୁମନ ରାଜୁ,ଉପସଭାପତି ବିଜୟଲକ୍ଷ୍ମୀ,ରାଜ୍ୟ ମହିଳା ଉପାଧ୍ୟକ୍ଷ ସସ୍ମିତା ମହାନ୍ତି,ରାଜ୍ୟ ମହିଳା ସଭାପତି ଏସ୍. ସୁଜାତା,ଜନସମ୍ପର୍କ ଅଧିକାରୀ ସ୍ମୃତି ରଞ୍ଜନ ସାହୁ,ଆନ୍ତର୍ଜାତୀୟ ମାନବ ଅଧିକାର ଆୟୋଗର ସଭ୍ୟ ବିକ୍ରମ ଗଜେନ୍ଦ୍ର,ରିତେଶ କୁମାର ବେହେରା, ନିଥିନ୍ ମାଲେୱାର୍, ଦକ୍ଷିଣ ବିଭାଗର ସଭାପତି ଭେଙ୍କଟ ରମଣ ଏବଂ ମହାବିଦ୍ୟାଳୟର ରାଜନୀତି ବିଭାଗର ଅଧ୍ୟାପକ ଅଧ୍ୟାପିକା ପି.ଅରୁଣ କୁମାର, ଡଃ. ମାନସୀ ମହାନ୍ତି, ନୀତି ମିନୀୟାକା, ସୁଶ୍ରୀ ସୁଧାରାନୀ ନାୟକ ଯୋଗଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ବବିଲତା ସରାଫ ମୁଖ୍ୟ ଅଭିଭାଷଣ ଦେଇ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ  । ଅତିଥିମାନେ ମାନବ ଅଧିକାର ବିଷୟରେ ସମସ୍ତଙ୍କୁ ଅବଗତ କରେଇ ଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ର ୧୦୦ ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହ ଜିଲ୍ଲା ମାନବ ଅଧିକାରର କର୍ମକର୍ତ୍ତା ବହୁ ସଂଖ୍ୟାରେ  ଦେଇଥିଲେ  । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଗତ ୦୯-୧୨-୨୦୨୪ ତାରିଖରେ ମହାବିଦ୍ୟାଳୟରେ ଏକ ସମାଲୋଚନାଚକ୍ର ଏବଂ ପୋଷ୍ଟର ତିଆରି, କକ୍ତୃତା ପ୍ରତିଯୋଗିତା ହୋଇଥିଲା  ।