କମୁ୍ୟନିଷ୍ଟ ପାର୍ଟିର ରାସ୍ତାରୋକ
ନୀଳଗିରି : କମୁ୍ୟନିଷ୍ଟ ପାର୍ଟି ମାର୍କ୍ସବାଦୀ ନୀଳଗିରି ଆଞ୍ଚଳିକ କମିଟି ପକ୍ଷରୁ ରାସ୍ତାରୋକ । ଭାରତର କମ୍ୟୁନିସ୍ଟ ପାର୍ଟୀ ମାର୍କ୍ସବାଦୀ ନୀଳଗିରି ଆଞ୍ଚଳିକ କମିଟି ତରଫରୁ ଦୁଇ ଦଫା ଦାବି ନେଇ ନୀଳଗିରି ବସଷ୍ଟାଣ୍ଡ ସମ୍ମୁଖରେ ରାସ୍ତାରୋକ କରାଯାଇଥିଲା । ୩୧୦୦ ଟଙ୍କାରେ ଚାଷୀଙ୍କ ଠାରୁ ଧାନ କିଣନ୍ତୁ, କଟନୀ ଛଟନୀ ବନ୍ଦ କରି ଚାଷିଙ୍କ ଠାରୁ ଧାନ କ୍ରୟ କରନ୍ତୁ, ସବୁ ପଞ୍ଚାୟତର ଧାନ ମଣ୍ଡି ଖୋଲି ଚାଷୀଙ୍କ ଠାରୁ ଧାନ କିଣନ୍ତୁ, ଏଫ୍ଏକୁ୍ୟ ମାନର ପୁନଃନିର୍ଦ୍ଧାରଣ କରି ଧାନ କିଣା, ଭାଗଚାଷୀଙ୍କ ଠାରୁ ଧାନ କିଣା, ନୀଳଗିରି ସ୍ୱାଭିମାନ ରକ୍ଷା କରିବା ପାଇଁ ଲକ୍ଷ୍ମୀ ସାଗର ପୋଖରୀକୁ ପୁନରୁଦ୍ଧାର ପାଇଁ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ଦାବିନେଇ ଦଳ ପକ୍ଷରୁ ରାସ୍ତାରୋକ କରାଯାଇଥିଲା । ଦଳର ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବିଜୟ ପାତ୍ର ବର୍ତ୍ତମାନ ସରକାର ଲୋକଙ୍କୁ ମିଛ କଥା କହି ଭୁଲ ବାଟରେ ନେଇଛନ୍ତି । ଯାହାକି ଜନସାଧାରଣଙ୍କ ପାଇଁ କ୍ଷତି ହେଉଛି । ଲକ୍ଷ୍ମୀ ସାଗର ପୋଖରୀ ଯଦି ପୁନରୁଦ୍ଧାର ପାଇଁ ସରକାର ପଦକ୍ଷେପ ଗ୍ରହଣ ନ କରନ୍ତି, ଦଳ ପକ୍ଷରୁ ଉପଜିଲ୍ଲାପାଳ ଅଫିସକୁ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଦଳର ଆଞ୍ଚଳିକ କମିଟି ସମ୍ପାଦକ ଜ୍ୟୋର୍ତିମୟ ରାଉତ ବର୍ତ୍ତମାନ ସୁଦ୍ଧା ସରକାର ଚାଷୀଙ୍କ ଠାରୁ ଧାନ ନ କିଣିବା ଫଳରେ ନୀଳଗିରି ଚାଷୀ ବେପାରୀଙ୍କୁ ଧାନ ଦେବା ପାଇଁ ବାଧ୍ୟ ହେଉଛନ୍ତି । ତହସିଲଦାର ସୋନମ ଦାସ ରାସ୍ତାରୋକ ସ୍ଥାନକୁ ଆସି ଦୁଇଟି ଦାବି ଉପରେ ଆଲୋଚନା କରିଥିଲେ । ସେହି ଦୁଇ ଦାବି ପୂରଣ ପାଇଁ, ସେ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାପାଇଁ କହିଥିଲେ । ରାସ୍ତାରୋକରେ ରାଜ୍ୟ ନେତା ନିର୍ମଳ ନାୟକ, ସତ୍ୟଜିତ ଦାସ, ଅମରେନ୍ଦ୍ର ନାୟକ, ମୃତୁ୍ୟଞ୍ଜୟ ନାୟକ, ହେମେନ୍ଦ୍ର ସେଠି, ସମେତ ବହୁ ସାଥୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ ।