ସଡ଼କ ଦୁର୍ଘଟଣା ରୋକିବାକୁ ଜିଲ୍ଲାପାଳଙ୍କ ପ୍ରୟାସ

ନୂଆପଡା : ସଡକ ଦୁର୍ଘଟଣା ଓ ପ୍ରଦୁଶଣ ରୁ ରକ୍ଷା ପାଇବା ପାଇଁ ମାସକୁ ଦିନଟିଏ ମଟର ଗାଡି ବ୍ୟବହାର ନ କରିବା ପାଇଂ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ଜିଲ୍ଲାସ୍ତରିୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ନୂଆପଡାର ସଦଭାବନା ସଭାଗୃହରେ ଜିଲ୍ଲାପାଳ ଓ ଜିଲ୍ଲା ଏସ.ପି ଙ୍କ ଯୁଗ୍ମ ଜନ ଶୁଣାଣି କାଯ୍ୟକ୍ରମ ଜାରୀ ରହିଥିଲା  । ଏହି ଅବସରରେ ନୁଆପଡା ଜିଲ୍ଲାପାଳ ମଧୁ ସୂଦନ ଦାସ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ମାନଙ୍କ ସହ ଜିଲ୍ଲା ସମସ୍ତ ଜନସାଧାରଣଙ୍କୁ ଆଜି ଦିନଟିଏ ଗାଡି ମଟରର ବ୍ୟବହାର ନ କରି ଚାଲି ଚାଲି ନିଜ ବାସ ଭବନରୁ ସଦଭାବନା ସଭାଗୃହକୁ ଆସିବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ମଧୁସୁଦନ ଦାସ ସହ ଜିଲ୍ଲା ଏସପି ଗୁନ୍ଦଲା ରଘୁବେନ୍ଦ୍ରମ ରେଡି ଓ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଚାଲି ଚାଲି ନିଜ ସରକାରୀ ବାସ ଭବନରୁ ଆସିଥିଲେ । ଜିଲ୍ଲାପାଳଙ୍କ ଏହି ଅଭିନବ ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଥିଲେ ।