ରାଜ୍ୟରେ ସ୍କୁଲ ଡ୍ରପ୍ ଆଉଟ୍ କମିଲା : ମନ୍ତ୍ରୀ
ରାଜ୍ୟରେ କମିଲା ସ୍କୁଲ ଡ୍ରପ୍ ଆଉଟ୍ । ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତାଙ୍କ ସୂଚନା ମୁତାବକ, ୨୦୨୦-୨୧ରେ ୨୧ ଲକ୍ଷ ୯ହଜାର ୭୯୬ ଛାତ୍ରଛାତ୍ରୀ ଥିବା ବେଳେ, ୨୦୨୩ -୨୦୨୪ ରେ ୨୧ ଲକ୍ଷ ୧୦ ହଜାର ୪୯୩ ଛାତ୍ର ଛାତ୍ରୀ ରହିଥିଲେ । ପୂର୍ବାପେକ୍ଷା ଛାତ୍ର ଛାତ୍ରୀଙ୍କ ସଂଖ୍ୟା ବଢ଼ିଛି | ଡ୍ରପ ଆଉଟ କମାଇବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୪ ଜିଲ୍ଲାରେ 5T ସ୍କୁଲ ରୂପାନ୍ତରଣ ପାଇଁ ୩୦୮୮ କୋଟି ଟଙ୍କା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୭୮୧, ଦ୍ଵିତୀୟ ପର୍ଯ୍ୟାୟର ୨୨୬୮ ଓ ତୃତୀୟ ପର୍ଯ୍ୟାୟରେ ୨୦୬୫ ସ୍କୁଲ ପାଇଁ ଆର୍ଥକ ବ୍ୟବସ୍ଥା କରାଯାଇଥିଲା । ବର୍ତ୍ତମାନ୍ ୭୩୬ ସ୍କୁଲର କାମ ଚାଲିଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।