ପାନୀୟଜଳ ଯୋଗାଣ ଠପ୍, ଧାରଣା ଦେଲେ ସାହିବାସୀ
ଭୁବନେଶ୍ୱର: ଗ୍ରୀଷ୍ମ ଋତୁରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘୋର ପାନୀୟଜଳ ସଂକଟ ଦେଖାଦେଇଛି । ଏହି ସମସ୍ୟାର ସମାଧାନ ପାଇଁ କେଉଁଠି ଗ୍ରାମବାସୀ ବିଧାୟକଙ୍କ ଘର ଆଗରେ ଧାରଣା ଦେଉଛନ୍ତି ତ କେଉଁଠି ସ୍ଥାନୀୟ ସରପଞ୍ଚଙ୍କ ଘର ଆଗରେ ଧାରରା ଦେଉଛନ୍ତି । ପୁଣି କେଉଁଠି ଗରା ବାଲଟି ଧରି ରାସ୍ତାରୋକ କରୁଛନ୍ତି । ଏମିତି ଏକ ଘଟରା ଲୋକଲୋଚନକୁ ଆସିଛି ଯୋଡ଼ା ବ୍ଲକ୍ ପଳସା ପଞ୍ଚାୟତ ଗୟଳସାହିରେ । ପାନୀୟଜଳ ସମସ୍ୟା ସମାଧାନ ଦାବିରେ ସରପଞ୍ଚଙ୍କ ଘର ଆଗରେ ଲୋକେ ଧାରଣା ଦେଇଛନ୍ତି । ଏହି ସାହିରେ ପ୍ରାୟ ଦୁଇଶହରୁ ଅଧିକ ଲୋକ ବସବାସ କରନ୍ତି । ସେମାନଙ୍କ ପାଇଁ ପାନୀୟଜଳର ସ୍ଥାୟୀ ବ୍ୟବସ୍ଥା ନାହିଁ । ଏନେଇ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରି ବିଫଳ ହେବା ପରେ ସାହିର ବହୁ ମହିଳା ଓ ପୁରୁଷ ହାଣ୍ଡି, ଗରା ଧରି ସରପଞ୍ଚଙ୍କ ଘର ସାମ୍ନାରେ ଧାରଣାରେ ବସିଥିଲେ । ପାଣି ପାଇଁ ସେମାନେ ବହୁ ହଇରାଣ ହେଉଛନ୍ତି ବୋଲି ଗୟଳସାହିର ବାସିନ୍ଦା ମାନେ କହିଛନ୍ତି । ସରପଞ୍ଚ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ଦୃଷ୍ଟି ଦେଉ ନାହାନ୍ତି । ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଣ କରାଯାଉଥିଲେ ମଧ୍ୟ ତାହା ସବୁଦିନ ମିଳୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ବେଲ୍ଦାଠାରେ ଥିବା ବୃହô ପ୍ରକଳ୍ପ ପୂର୍ଣ୍ଣ ଏ ପର୍ଯ୍ୟନ୍ତ କର୍ଯ୍ୟକ୍ଷମ ହୋଇନାହିଁ । ନିକଟରେ ଥିବା ସେର ପ୍ରକଳ୍ପର ପାଣିରେ ଖାଦ୍ୟ ରନ୍ଧାହେଲେ ତାହା ନାଲି ରଙ୍ଗର ହେଇଯାଇଛି । ଲୋକେ ବାଧ୍ୟ ହୋଇ ଦେଢ଼ କିଲୋମିଟର ଦୂରରେ ଥିବା ନଳକୂଅରୁ ପାଣି ଆଣି ରୋଷେଇ କରୁଛନ୍ତି । ପ୍ରକଳ୍ପ ପକ୍ଷରୁ ଜଳ ଯୋଗାଣ ହେଉଥିଲେ ବି ତାହା ସବୁ ଗ୍ରାମକୁ ପହଞ୍ଚି ପାରୁନାହିଁ । ଫଳରେ ଲୋକମାନେ ନାନାପ୍ରକାର ସମସ୍ୟାରେ ପଡୁଛନ୍ତି । ତେବେ ଏ ସମ୍ପର୍କରେ ପଳସା ପଞ୍ଚାୟତର ସରପଞ୍ଚ ଅରୁଣ କୁମାର ନାଏକ କହିଛନ୍ତି ଯେ, ବେଲଦାରେ ଥିବା ବୃହତ ପ୍ରକଳ୍ପରୁ ପାନୀୟଜଳ ଯୋଗାଣ ହେଉଥିଲେ ବି ବର୍ତ୍ତମାନ ସୁଦ୍ଧାର ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ । ଯଦିଓ ପାନୀୟଜଳ ଯୋଗାଣ ହେଉଛି, କିଛି ସ୍ଥାନରେ ପାଇପରୁ ପାଣି ଝରୁଛି । ବାମେବାରୀ-କାଳିମାଟି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ·ଲିଥିବାରୁ ଏହି ପାଇପ ଲାଇନ ଉଠାଇ ପୁନର୍ବାର ଲଗାଯିବ । ଠିକାସଂସ୍ଥା ସହିତ ଯୋଗାଯୋଗ କରି ପୁଣି ପାନୀୟଜଳ ଯୋଗାଣ କରାଯାଇଛି ବୋଲି ସେ କହିଥିଲେ ।