ଶିବ ବିବାହ ଓ ଶୀତଳ ଷଷ୍ଠୀ ଉତ୍ସବ

ବାଣପୁର : ବାଣପୁର ଓ ଏହାର ଆଖି ପାଖର ବିଭିନ୍ନ ଶିବ ମନ୍ଦିରରେ ଶିବ ବିଭାହ ଓ ଶୀତଳ ଷଷ୍ଠୀ ୁମହା ଧୁମ୍ ଧାମରେ ପାଳିତ ହୋଇଛି । ବାଜା ଆଲୋକ ରୋଶନୀ ମଧ୍ୟରେ ଶିବ ପାର୍ବତୀଙ୍କ ବିବାହ ଦର୍ଶନ କରିବା ପାଇଁ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା । ବାଲୁଙ୍ଗା ଉମା ମହେଶ୍ୱର ଦେବ ଗୋପାଳ ପୁର ବାଲୁଙ୍କେଶ୍ୱର ଦେବ ଓ ଗଛ ବାଲୁଙ୍କେଶ୍ୱର ଦେବ ଅଚୁ୍ୟତ ରାଜ ପୁର କପିଳେଶ୍ୱରଙ୍କ ପୀଠରେ ବହୁ ଶ୍ରଦ୍ଧାଳୁ ଯୋଗଦେଇ କରୁଣା ବାଟରେ ଭବ ଓ ଭାବଣୀଙ୍କ ଆଶୀର୍ବାଦ କାମନା କରିଥିବା ବେଳେ, ବିଭିନ୍ନ ମନ୍ଦିରରେ ଶୀତଳ ଷଷ୍ଠୀ ପାଳିତ ହୋଇଛିା