ବର୍ଦ୍ଧିତ ମହଙ୍ଗା ଭତ୍ତା ନ ଦେବାରୁ ପେନସନରଙ୍କ ଅସନ୍ତୋଷ
ବେତନଟୀ: ରାଜ୍ୟ ସରକାର ମାର୍ଚ୍ଚ ମାସରେ ସରକାରୀ କର୍ମଚାରୀ ଓ ପେନସନରମାନଙ୍କ ପାଇଁ ଦୁଇ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରିବାର ଘୋଷଣା କରିଥିଲେ । ଏହା ଅପ୍ରେଲ ମାସର ଦରମା ଓ ପେନସନ ସହିତ ମିଳିବ ବୋଲି ସେଥିରେ ଉଲ୍ଲେଖ ଥିଲା । ମାତ୍ର ସରକାରୀ କର୍ମଚାରୀମାନେ ସେହି ମାସର ବେତନ ସହିତ ବର୍ଦ୍ଧିତ ଦୁଇ ପ୍ରତିଶତ ମହଙ୍ଗା ଭତ୍ତା ପାଇ ସାରିଥିବା ବେଳେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାକୁ ଛାଡି ଅନ୍ୟାନ୍ୟ ବ୍ୟାଙ୍କ ଗୁଡିକ ମଧ୍ୟ ଦୁଇ ପ୍ରତିଶତ ମହଙ୍ଗା ଭତ୍ତା ପେନସନରମାନଙ୍କୁ ପ୍ରଦାନ କରି ସାରିଛନ୍ତି । ଅଥଚ ଏହି ନିର୍ଦ୍ଦିଷ୍ଟ ବ୍ୟାଙ୍କ ମଇ ମାସର ୨୦ତାରିଖ ସୁଦ୍ଧା ଏହା ପ୍ରଦାନ କରି ନ ଥିବା ଏପରିକି ବେତନଟୀ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ମଧ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଲିଖିତ ଅଭିଯୋଗ ସତ୍ତ୍ୱେ ପ୍ରଦାନ କରି ନ ଥିବା ପେନସନରମାନେ ଗଣମାଧ୍ୟମ ଠାରେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଯେ କୌଣସି ବକେୟା କିମ୍ବା ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯିବାର ଘୋଷଣା କରୁଥିବା ବେଳେ ଅର୍ଥ ବିଭାଗ ପକ୍ଷରୁ ଆବଶ୍ୟକ ଅର୍ଥ ପେମେଣ୍ଟ କରୁଥିବା ଆର୍ଥôକ ସଂସ୍ଥା ବ୍ୟାଙ୍କମାନଙ୍କୁ ପ୍ରଦାନ କରି ଦେଇଥିବାବେଳେ ରାଜ୍ୟ ସରକାରଙ୍କ ଫଣ୍ଡକୁ ବ୍ୟାଙ୍କ ଶାଖାଗୁଡିକ ନିଜ ଇଛା ଓ ମର୍ଜିରେ ପକାଇ ରଖୁଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ବା ରାଜ୍ୟ ଅର୍ଥମନ୍ତ୍ରୀ ଅଥବା କମିଶନର ତାଗିଦ କରୁ ନ ଥିବା କାରଣରୁ ପେନସନରମାନେ ଅନ୍ୟମାନଙ୍କ ସହିତ ସମାନ ସମୟରେ ପାଇବାରୁ ବଞ୍ଚିତ ହେଉଥିଲେ ସୁଦ୍ଧା ସେମାନଙ୍କ ଅଭିଯୋଗ ଆପତ୍ତି ସରକାରଙ୍କ କାନରେ ପଡି ପାରେ ନାହିଁ ଓ ଏହି ହେରଫେର ଓ ବିଳମ୍ବିତ ପ୍ରକ୍ରିୟା ସମ୍ପର୍କରେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ସଂଘର ଅଭିଯୋଗ ପ୍ରତି ରାଜ୍ୟ ସରକାର ଅଣଦେଖା କରି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅନୁକମ୍ପା ଦେଖାଇବାର କାରଣ ନେଇ ସଂଘ ସନେ୍ଦହ ପ୍ରକାଶ କରିଛି । ପେନସନରମାନଙ୍କ ପାଇଁ ମଞ୍ଜୁରୀ ପାଇ ସାରିଥିବା ପାଣ୍ଠିକୁ ବ୍ୟାଙ୍କମାନଙ୍କ ପକ୍ଷରୁ ଜାଣି ଶୁଣି ବିଳମ୍ବିତ କରାଯାଉଥିବା ଯୋଗୁଁ ଏହାର ଫାଇଦା ବ୍ୟାଙ୍କ ସଂସ୍ଥା ଗୁଡିକ ହାସଲ କରୁଥିବା କୁହାଯାଇଛି । ଏଣୁ ବେତନଟୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ହରିଶଚନ୍ଦ୍ର ନନ୍ଦ ଗୋସ୍ୱାମୀ ସାଧାରଣ ସମ୍ପାଦକ ସଚ୍ଚିିଦାନନ୍ଦ ମହାନ୍ତି ଓ ଉପ ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ ପକ୍ଷରୁ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରାଯାଇଛି ।