ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା
ବାରଙ୍ଗ : ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର (ଆର୍ଟ ଅଫ୍ ଲିଭିଂ) ଓଡ଼ିଶା ପକ୍ଷରୁ ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଏକ ୫ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହାର ଉଦ୍ଘାଟନୀ ଉତ୍ସବରେ ବିଶ୍ୱବିଦ୍ୟାଳୟର କାର୍ମିକ ନିଦେ୍ର୍ଦଶକ ସ୍ୱାମୀ ସତ୍ୟଚୈତନ୍ୟ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ସେଜ ଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥାରେ ଏକ ଶିଶୁର ଅଭିଜ୍ଞତା ସାଙ୍ଗକୁ ବୟସ ବଢ଼ିବା ସହ ଶିକ୍ଷାଲାଭର ପ୍ରତ୍ୟେକ ପର୍ଯ୍ୟାୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଏଥିସହ ଶିକ୍ଷାର୍ଥୀର ସାମଗ୍ରିକ ବିକାଶ ପାଇଁ ଅଧ୍ୟାତ୍ମିକତାର ସହ ଶିକ୍ଷକଶିକ୍ଷୟିତ୍ରୀମାନେ ନିଜର ବୃତ୍ତିଗତ ବିକାଶ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ଏହି କର୍ମଶାଳାରେ ରାଜ୍ୟର ୧୩ଟି ଜ୍ଞାନ ମନ୍ଦିରରୁ ୮୫ରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେଉଛନ୍ତି । ଏହି ପାଞ୍ଚଦିନିଆ କର୍ମଶାଳାରେ ଜାତୀୟ ଶିକ୍ଷାନୀତି, ବୃତ୍ତିଗତ ଦକ୍ଷତା ବୃଦ୍ଧି, ବିଭିନ୍ନ ବିଷୟରେ ଶୈକ୍ଷିକ ଦକ୍ଷତା ବୃଦ୍ଧି, ପ୍ରଯୁକ୍ତି ବିଦ୍ୟା ଓ କୁତ୍ରିମ ବୁଦ୍ଧିମତ୍ତା ଓ ଅନୁଭୂତି ଭିତ୍ତିକ ଶିକ୍ଷା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଉଦ୍ଘାଟନୀ ଦିବସରେ ପ୍ରମୋଦ କୁମାର ସ୍ୱାଇଁ ଅତିଥିମାନଙ୍କୁ ସ୍ୱାଗତ କରିଥିବାବେଳେ ଲଲିତ କୁମାର ମହାନ୍ତି ପାରମ୍ପରିକ ଗୁରୁ ପୂଜା କରିଥିଲେ । ପ୍ରଫେସର ତିଳୋତ୍ତମା ସେନାପତି କାର୍ଯ୍ୟକ୍ରମର ସଂଯୋଜନା କରି କର୍ମଶାଳାର ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଟିଇ ଏଣ୍ଡ୍ ଏସସିଇଆରଟିର ଅବସରପ୍ରାପ୍ତ ସହନିଦେ୍ର୍ଦଶକ ପ୍ରଶାନ୍ତ ରଥ, କେନ୍ଦୁଝର ଡିଆଇଇଟିର ବରିଷ୍ଠ ପ୍ରଶିକ୍ଷିକା ଦେବସ୍ମିତା ଚକ୍ର ପ୍ରମୁଖ ସାଧନ କର୍ମୀ ଭାବରେ ଯୋଗଦାନ କରିଥିଲେ ।