ଜିଲ୍ଲାପାଳଙ୍କ ଜରୁରୀ ବୈଠକ , ପାନୀୟଜଳ ସମସ୍ୟାର ତୁରନ୍ତ ସମାଧାନ

ବାରିପଦା : ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ଆଶଙ୍କା ନେଇ ମୟୂରଭଞ୍ଜ ଜିଲ୍ଲାପାଳ  ଦତ୍ତାତ୍ରେୟ ଭାଉସାହେବ ସିନେ୍ଧ ଗୁରୁବାର ଦିନ ଏକ ଜରୁରୀକାଳୀନ ସମୀକ୍ଷା ବୈଠକ ଡାକିଥିଲେ । ଏହି ବୈଠକ ସନ୍ଧ୍ୟା ୫ଟାରେ ଜିଲ୍ଲାପାଳଙ୍କ ସ୍ଥାନୀୟ ଓସୱାନ ହଲଠାରେ ସମସ୍ତ ଅତିରିକ୍ତ ଜିଲ୍ଲପାଳ, ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଉପଖଣ୍ଡ ସ୍ତରୀୟ ଅଧିକାରୀ ନେଇ ଆୟୋଜିତ ହୋଇଥିଲା । ଜିଲ୍ଲାର ବିଭନ୍ନ ସ୍ଥାନରେ ପାନୀୟ ଜଳକୁ ନେଇ ଦେଖା ଦେଇଥିବା ସମସ୍ୟାକୁ ମୁଖ୍ୟ ଆଧାରରେ ଜିଲ୍ଲାପାଳ ଗୁରୁତ୍ୱ ଦେବା ସହ ଗଣମାଧ୍ୟମରେ ପ୍ରକାଶିତ ସମସ୍ତ, ବ୍ଲକରେ ପାନୀୟଜଳ ଦ୍ୱାରା ଦେଖା ଦେଇଥିବା ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସମସ୍ତ ବିଭାଗୀୟ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏଥି ସହିତ  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦ୍ୱାରା ପ୍ରଦତ୍ତ ଗଣମାଧ୍ୟମ ରିପୋର୍ଟ ଆଧାରରେ ସମସ୍ତ ସ୍ଥାନରେ ୪୮ ଘଣ୍ଟା ମଧ୍ୟରେ ପାନୀୟଜଳ ଅସୁବିଧାକୁ ସମ୍ପୂର୍ଣ୍ଣ ରୂପେ ମୂଳପୋଛ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏଥି ସହିତ ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀମାନେ ଭୋଟ ବର୍ଜନ ଚେତାବନୀ ସମସ୍ତକୁ ଗମ୍ଭୀର ଭାବେ ନେବା ପାଇଁ କହିଥିଲେ । ଏହି ସବୁ ମୌଳିକ ସୁବିଧାରୁ ବଂଚିତ ହେବା ଓ ଏହା ଆଧାରରେ ଭୋଟ ବର୍ଜନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ଜିଲ୍ଲାପାଳ କହିଥିଲେ । ଏଥିସହିତ ଗ୍ରୀଷ୍ମର ପ୍ରକୋପ ଧୀରେ ଧୀରେ ବଢିବାକୁ ଥିବା ବେଳେ ଗ୍ରୀଷ୍ମ ପ୍ରବାହର ଉପଯୁକ୍ତ ମୁକାବିଲା ଓ ପରି·ଳନା ନିମନ୍ତେ ଏହାର ସଠିକ  ମୁକାବିଲା ଓ  ଅଂଶୁଘାତରୁ ରକ୍ଷା  ପାଇବାର ଉପାୟ ସମ୍ପର୍କରେ  ବୈଠକରେ ଅଧିକାରୀଙ୍କୁ ବିସ୍ତୃତ ଭାବେ ଜିଲ୍ଲାପାଳ ଶ୍ରୀ ସିନେ୍ଧ ବୁଝାଇଥିଲେ । 
ବାହାରେ ବୁଲୁଥିବା ପଶୁ ପକ୍ଷୀମାନଙ୍କ ପାଇଁ ଆବଶ୍ୟକ ପରିମାଣର ଜଳ ରଖିବା ପ୍ରତି ଗୁରୁତ୍ୱ ଦେଇଥିଲେ । ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହ ସହିତ କାଳବୈଶାଖୀ ହେବାର ସମ୍ଭାବନା ଥିବାରୁ ଜରୁରୀକାଳୀନ କାର୍ଯ୍ୟ ପାଇଁ ସମସ୍ତ ଉଚିତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଆଦେଶ ଦେଇଥିଲେ । ସମସ୍ତ ପର୍ଯ୍ୟଟନ ସ୍ଥଳୀରେ ସାମୟିକ ଭାବେ ବନ୍ଦ ରଖିବାକୁ ସହ ଦିନ ୧୧ଟା ରୁ ୩ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଦେ୍ର୍ଧଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର,  ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ,  ଶ୍ରୀ ରଜନୀକାନ୍ତ ସ୍ୱାଇଁ, ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାୟକ, ପରିବହନ ଅଧିକାରୀ ବିସ୍ୱରାଜ ବେହେରା, ବାରିପଦା ମ୍ୟୁନିସିପାଲିଟି କାର୍ଯ୍ୟର୍ନିବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣିଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଗ୍ରୀଷ୍ମପ୍ରବାହ ପରି·ଳନା ସମ୍ପର୍କରେ ଚର୍ଚ୍ଚା କରିଥିଲେ ।