ପୂର୍ବତନ କାଉନସିଲରଙ୍କ ପରଲୋକ
ବାଙ୍କୀ: ବାଙ୍କୀ ଏନ୍ଏସିର ୧୬ନମ୍ବର ୱାର୍ଡର ପୂର୍ବତନ କାଉନସିଲର ତଥା ସମାଜସେବୀ ଦାମୋଦର ସ୍ୱାଇଁଙ୍କର ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୭୮ବର୍ଷ ହୋଇଥିଲା । ସେ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡମେଡିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତୁ୍ୟ ଘଟିଥିଲା । ଆଜି ନିକଟସ୍ଥ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶବସକôାର କରାଯାଇଛି । ତାଙ୍କର ଏକମାତ୍ର ପୁତ୍ର ସଂଜୟ କୁମାର ସ୍ୱାଇଁ ମୁଖାଗ୍ନି ପ୍ରଦାନ କରିଥିଲେ । ତାଙ୍କର ବିୟୋଗରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ, ଉପନଗରପାଳ ସନ୍ତୋଷ କୁମାର ରଣା, କାଉନସିଲର ପ୍ରତାପ ରାଉତ, ପୂର୍ବତନ କାଉନସିଲର ବିକଳ ଗୋଚ୍ଛି, ଦିଲ୍ଲୀପ୍ ଗୋଚ୍ଛି ପ୍ରମୁଖ ଶୋକ ପ୍ରକାଶ କରି ତାଙ୍କର ଆତ୍ମାର ସଦ୍ଗତି ନିମନ୍ତେ ମା’ଚର୍ଚ୍ଚିକାଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।