ପଞ୍ଚାୟତସ୍ତରୀୟ ସମନ୍ୱୟ ବୈଠକ
ଧରାକୋଟ: ଧରାକୋଟ ପଞ୍ଚାୟତ ବୈଠକ ଗୃହରେ ଆରଡିସିଙ୍କ ନିଦେ୍ର୍ଦଶକ୍ରମେ ଜିଲ୍ଲା ପ୍ରଶାସନ ଗଞ୍ଜାମ ଆନୁକୂଲ୍ୟରେ ବିଭିନ୍ନ ବିଭାଗର ପଦାଧିକାରୀମାନଙ୍କୁ ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ଡେନିସ ବେହେରା, ତହସିଲଦାର ଲମ୍ବୋଦର ମାରାଣ୍ଡି, ସରପଞ୍ଚ ପୁନିଆ ଦାସ, ପୂର୍ବତନ ସରପଞ୍ଚ ଦିଲିପ ସ୍ୱାଇଁ ପ୍ରମୁଖ ଏଥିରେ ଅତିଥି ଭାବରେ ଯୋଗ ଦେଇଥିବାବେଳେ ନିର୍ବାହୀ ଅଧିକାରୀ ଅଶୋକ କୁମାର ସେଠୀ ଏହାର ସଂଯୋଜନା କରିଥିଲେ । ସରକାରଙ୍କ ଦ୍ୱାରା ପ୍ରଣିତ ସମସ୍ତ ଲୋକାଭିମୁଖୀ ଯୋଜନା ଗୁଡ଼ିକର ସଫଳତା ଓ ସ୍ଥାୟୀ ସମାଧାନ ପାଇଁ ଏହି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହି ଅବସରରେ ଶିକ୍ଷା, ସ୍ୱାସ୍ଥ୍ୟ, ମିଶନ ଶକ୍ତି, ବିଦୁ୍ୟତ, ଶିଶୁ ବିକାଶ, ପଶୁପାଳନ, ମୃତ୍ତିକା ସଂରକ୍ଷଣ, ଉଦ୍ୟାନ ଓ ଉନ୍ନୟନ ବିଭାଗର ପଦାଧିକାରୀମାନେ ଏଥିରେ ଉପସ୍ଥିତ ରହିଥିଲେ ।