ଭୋଜି ଖାଇବାକୁ ଯାଇ ଦୁଇ ଭାଇ ନିଖୋଜ
ବୈଶିଙ୍ଗା : ବୈଶିଙ୍ଗା ଥାନା ଅର୍ନ୍ତରଗତ ମଗୁସିରିଆ ଗ୍ରାମରେ ଏକ ଅଜବ ଘଟଣା ଘଟିଯାଇଛି । ମିଳିଥିବା ସୂଚନା ମୁତାବକ ଗତକାଲି ମଙ୍ଗଳବାର ରାତି ନଅଟା ସମୟରେ ବାପା ଜଟିଆ ବିନ୍ଧାଣି ତାଙ୍କ ଦୁଇ ପୁଅ, ବଡ ଆକାଶ ୧୩ ବର୍ଷ ଓ ସାନ ପୁଅ ବାଦଲ ୧୦ ବର୍ଷ ଙ୍କୁ ସାଥିରେ ଧରି ନିକଟସ୍ଥ ସାରଦା ଗ୍ରାମକୁ ବିଭାଘର ଭୋଜି ଖାଇବାକୁ ଯାଇଥିଲେ । ଭୋଜି ଅବସରରେ ଧୁମଧାମରେ ଚାଲିଥିବା ନାଚ ଗୀତରେ ସମସ୍ତଙ୍କ ସହିତ ଦୁଇ ପୁଅ ମଧ୍ୟ ମସଗୁଲ ଥିଲେ । ତେବେ ଭୋଜି ସରିବାପରେ ଜଟିଆ ତାଙ୍କ ଦୁଇପୁଅଙ୍କୁ ଆଉ ପାଇନଥିଲେ । ଗ୍ରାମବାସୀଙ୍କ ସହ ଖୋଜାଖୋଜି କରିବା ପରେ ମଧ୍ୟ କୈାଣସି ଖୋଜଖବର ମିଳିଲା ନାହିଁ । ସମସ୍ତ ସମ୍ପର୍କୀୟଙ୍କ ଘରକୁ ମଧ୍ୟ ଏ ବାବଦରେ ଖବର ପଠାଯାଇଛି । ଶେଷରେ ନିରାଶ ହୋଇ ଆଜି ବୁଧବାର ବୈଶିଙ୍ଗା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ଏହାକୁ ନେଇ କେସ୍ ନଂ ୩୧୭ ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନାଧିକାରୀ ବାରିଣୀ ଦାସ ସୂଚନା ଦେଇଛନ୍ତି ।