ଅନାସ୍ଥାରେ ହାରିଲେ କଂଗ୍ରା ସରପଞ୍ଚ

 ତେନ୍ତୁଳିଖୁଣ୍ଟି : ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଂଗ୍ରା ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟସଭ୍ୟା ଗତ ଜୁନ୍ ୨୪ ତାରିଖ ଦିନ ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ଠାରେ ସରପଞ୍ଚ ରୁକ୍ମଣୀ ମାଝୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଯାହାଫଳରେ ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ଜୁଲାଇ ୨୧ତାରିଖ ଦିନ ତେନ୍ତୁଳିଖୁଣ୍ଟି ତହସିଲଦାର ପୁଷ୍ପାଞ୍ଜଳି ଦଣ୍ଡପାଟ ଅନାସ୍ଥା ପ୍ରସ୍ତାବର ସପକ୍ଷ ଏବଂ ବିପକ୍ଷରେ ଭୋଟ ଗ୍ରହଣ କାର୍ଯ୍ୟ ସମ୍ପାଦନ କରିଥିଲେ । ସେଥିରେ ସରପଞ୍ଚ ଅନୁପସ୍ଥିତ ରହିଥିବାବେଳେ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟସଭ୍ୟା ମୋଟ ୧୩ଜଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ । ସମସ୍ତ ସଭ୍ୟା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ । ଉଲ୍ଲେଖ ଯେ, ଇତିମଧ୍ୟରେ ଜଣେ ସଭ୍ୟ ମୃତୁ୍ୟବରଣ କରିଥିଲେ । ତେଣୁ ତାଙ୍କୁ ଛାଡି ସମସ୍ତ ୧୩ଜଣଙ୍କ ଭୋଟ ଅନୁଯାୟୀ ସରପଞ୍ଚ ନିଜ ପଦ ହରାଇବା ସୁନିଶ୍ଚିତ ହୋଇଯାଇଛି । ଏଥିରେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଣିଗ୍ରାହୀ, ବ୍ଲକ ଗ୍ରାମପଞ୍ଚାୟତ ଅଧିକାରୀ  ରାଧାକାନ୍ତ ରଣା, ଏସଡିପିଓ କୃଷ୍ଣ ଚନ୍ଦ୍ର ଭାତ୍ରା, ଆଇଆଇସି ପ୍ରଣବ ଟୁଡୁଙ୍କ ସମେତ ତେନ୍ତୁଳିଖୁଣ୍ଟି ଥାନା କର୍ମଚାରୀମାନେ ଉପସ୍ଥିତ ରହି କଙ୍ଗ୍ରା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସମସ୍ତ କାର୍ଯ୍ୟ ସମ୍ପାଦନ କରି ସମସ୍ତ ବିବରଣୀ ଉପଜିଲ୍ଲାପାଳ ନବରଙ୍ଗପୁରଙ୍କ ନିକଟକୁ ପଠାଇ ଦିଆଯାଇଛି । ଏବଂ ପରବର୍ତ୍ତୀ ସମୟରେ କାହାକୁ ସରପଞ୍ଚ ଦାୟିତ୍ୱ ପ୍ରଦାନ କରାଯିବ ପ୍ରଶାସନ ନିଷ୍ପତ୍ତି ନେବ ।