ଅନ୍ତର୍ଜାତୀୟ ନର୍ସିଂ ଦିବସ ପାଳିତ

 ଚମ୍ପୁଆ : ଚମ୍ପୁଆ ସ୍ଥିତ କୈରାଲୀ କଲେଜ୍ ଅଫ୍ ନର୍ସିଂରେ ଆଜି ଅନ୍ତର୍ଜାତୀୟ ନର୍ସିଂ ଦିବସ ପାଳିତ ହୋଇଯାଇଛି । ସଭା ଆରମ୍ଭରୁ ପ୍ରଥମେ ଆଧୁନିକ ନର୍ସିଂର ଜନକ ଫ୍ଲୋରେନ୍ସ ନାଇଟିଂଙ୍ଗେଲଙ୍କ ପ୍ରତିମୂର୍ତ୍ତି ଆଗରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ସାମୂହିକ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ଚେୟାରମ୍ୟାନ ଡଃ.ରାଜମୋହନ ପି ଏସ, ସମ୍ପାଦିକା ଉମା ରାମମୋହନ, ନର୍ସିଂ କଲେଜର ଅଧ୍ୟକ୍ଷା ସାନା କମେଇ  ପ୍ରମୁଖ ଆଜି ଦିନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ନିମନ୍ତ୍ରିତ ଅତିଥି ଭାବେ କେମସର ଅଧ୍ୟକ୍ଷ ବିଜୟ କୁମାର ଭାରତୀ, ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ଼ଃ.ବି.ରାମାରାଜୁ , କାର୍ଯ୍ୟାଳୟ ଅଧ୍ୟକ୍ଷ ଦୈତାରୀ ସାହୁ, ମ୍ୟାନେଜର ମୁରଲିଧରନ କେ.ଏସ, ପ୍ରକାଶନ ସାର୍  ଏବଂ ସମସ୍ତ ଷ୍ଟାଫ୍ ଓ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସାଫଲ୍ୟ ମଣ୍ଡିତ କରିଥିଲେ ।