ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ
ଗୋପ: ସୋରଭା ପଞ୍ଚାୟତରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ଜହ୍ନିବାଲିଆରେ ପାଳିତ ହୋଇଯାଇଛି । ଅତିଥି ଭାବେ ଶିକ୍ଷାବିତ୍ ଶ୍ରୀକାନ୍ତ ସାମନ୍ତରାୟ, ପୁର୍ବତନ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ରାଉତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଦ୍ମ ଚରଣ ଲେଙ୍କା, ଶିକ୍ଷା ବିକାଶ ସମିତି ସମ୍ପାଦକ ସୁରେଶ ଚନ୍ଦ୍ର ସାମନ୍ତରାୟ, ଶିକ୍ଷାବିତ୍ ଭୋଳାନାଥ ମୁଦୁଲି ପ୍ରମୁଖ ଯୋଗଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଛାଟୋଇ ବାର୍ଷିକ ବିବରଣୀ ପାଠ କରିଥିଲେ । ପରେ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।
 
 Rasmita Behera
                                    Rasmita Behera                                 
    
 
    
 
 
 
