ଅଭିଯୋଗ ଶୁଣାଣି
ପଟ୍ଟାମୁଣ୍ଡାଇ: ରାଜ୍ୟ ସରକାରଙ୍କ ନିଦେ୍ର୍ଦଶରେ ପ୍ରଶାସନ ଗାଁ ମୁହାଁ ହୋଇଛି ଓ ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ବଳଭଦ୍ରପୁର ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ପଟ୍ଟାମୁଣ୍ଡାଇ ବିଡିଓ ଶୁଭ୍ରାଂଶୁ ସାହୁ, ସରପଞ୍ଚ ପ୍ରିୟବ୍ରତ ଓଝା, ସମିତି ସଭ୍ୟ କୈଳାଶ ପରିଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଜ୍ୟୋତି ରଞ୍ଜନ ସାମଲ ଓ ଏଡିଇଓ ବର୍ଷାରାଣୀ ଖୁଣ୍ଟିଆ ଯୋଗ ଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିବା ସହିତ ସମାଧାନ ଦିଗରେ ପଦକ୍ଷେପ ନେଇଥିଲେ । ଏହି ଜନଶୁଣାଣୀରେ ଶତାଧିକ ଅଭିଯୋଗ ଶୁଣାଣି କରାଯାଇଥିଲା ଓ ବିଶେଷତଃ ଆବାସ, ରାସନ,ଭତ୍ତା ପାନୀୟ ଜଳ ବିଦୁ୍ୟତ, ରାସ୍ତାଘାଟ ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ଓ ଏହି ଶିବିରରେ ଶତାଧିକ ଲୋକ ଯୋଗ ଦେଇ ନିଜ ନିଜର ଆପତ୍ତି ଉପସ୍ଥାପନ କରିଥିଲେ ।