ସପିଂ ମଲ ଉପରକୁ ଗୁଳି ଚାଳନା

ସୋର : ବାଗୁଡି ବଜାରରେ ଥିବା ସପିଂ ମଲ୍ ଭଗବତୀ ଟ୍ରେଡ଼ର୍ସକୁ ଗୁଳିମାଡ଼ ହୋଇଥିବା ଜଣାପଡିଛି । ଗତ ରାତି ୮ ଟା ସମୟରେ ଗୋଟିଏ ବାଇକ୍ରେ ତିନିଜଣ ଯୁବକ ଆସି ସପିଂ ସାମ୍ନାରେ ରହି ସପିଂ ମହଲର ଉପର ତାଲାରେ ଥିବା କାଚକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବ୍ୟବସାୟିକ ଶତ୍ରୁତାରୁ ଗୁଳି ଚାଳନା କରାଯାଇଥିବା ଅନୁମାନ କରାଯାଉଛି ।