ଆକ୍ରମଣକାରୀ କୋର୍ଟ ଚାଲାଣ
ବ୍ରହ୍ମବରଦା : ମଙ୍ଗଳବାର ସକାଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଚାନ୍ଦପୁର ଗ୍ରାମର ସେକ୍ ମୁସ୍ତକିମଙ୍କୁ ଆକ୍ରମଣ ଘଟଣାରେ ବ୍ରହ୍ମବରଦା ପୁଲିସ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଚାନ୍ଦପୁର ଗ୍ରାମ ଦଳିତ ସାହିର ଅନନ୍ତ ଦାସଙ୍କ ପୁଅ ଅମୂଲ୍ୟ(୨୨) ହୋଇଥିବା ବେଳେ ସେକ୍ ମୁସ୍ତକିମ ଗଲା ମଙ୍ଗଳବାର ଭୁବନେଶ୍ୱର ଯିବା ପାଇଁ ବ୍ରହ୍ମବରଦା ବଜାର ଘାଟ ବ୍ରିଜ୍ ନିକଟରେ ଛିଡ଼ା ହୋଇଥିଲେ । ଏହି ସମୟରେ ସେହି ଗ୍ରାମର କିଛି ଯୁବକ ଆସି ମୁସ୍ତକିମଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ସହ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ଏଥିରେ ମୁସ୍ତକିମ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ଯାଜପୁର ଓ ପରେ କଟକ ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ । ଏନେଇ ମୁସ୍ତକିମଙ୍କ ମା ହାଜିରା ବିବି ବ୍ରହ୍ମବରଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ୧୧୭/୨୫ରେ ଏକ ମାମଲା କରି ତଦନ୍ତ ଜାରି ରଖିଥିଲା । ବୁଧବାର ସକାଳୁ ପୁଲିସ ଅଭିଯୁକ୍ତ ଅମୂଲ୍ୟ ଘରେ ଚଢାଉ କରି ତାକୁ ଗିରଫ କରିବା ସହ ଦଫା ୩୦୭ରେ କୋର୍ଟଚାଲାଣ କରିଥିବା ବ୍ରହ୍ମବରଦା ଥାନା ଏସ୍ଆଇ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।