ଫେରୋକ୍ରୋମ ପ୍ଲାଣ୍ଟ କର୍ମଚାରୀଙ୍କ ପାଇଁ ବିଭିନ୍ନ ସେବା ଶୁଭାରମ୍ଭ
ାା ପ୍ରଭାନୁ୍ୟଜ ।ା ବ୍ୟାସନଗର : ଖଣି ନିଗମ ପରିଚାଳିତ ଯାଜପୁର ରୋଡ଼ସ୍ଥ ଫେରୋକ୍ରୋମ ପ୍ଲାଣ୍ଟ କର୍ମଚାରୀଙ୍କ ପାଇଁ ବିଭିନ୍ନ ସେବା ଶୁଭାରମ୍ଭ ହୋଇଛି । ବିଶ୍ୱକର୍ମା ପୂଜା ଅବସରରେ ପ୍ଲାଣ୍ଟ ମୁଖ୍ୟ ରଶ୍ମି ରଞ୍ଜନ ପରିଡ଼ାଙ୍କ ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ କର୍ମଚରୀଙ୍କ ସୁବିଧା ନିମନ୍ତେ ଚିକିତ୍ସାଳୟ, ଆମ୍ବୁଲାନ୍ସ ସେବା, ନୂତନ କ୍ୟାଣ୍ଟିନ୍ ଉଦଘାଟିତ ହୋଇଥିଲା । ପ୍ଲାଣ୍ଟ ପରିସରରେ ଅତିସୁନ୍ଦର ଆଲୋକ ସଜ୍ଜା ସାଙ୍ଗକୁ କର୍ମଚାରୀଙ୍କ ଦ୍ୱାରା ପ୍ରସ୍ତୁତ ମଡେଲ, ବେଷ୍ଟ୍ ଆଉଟ୍ ଅଫ ୱେଷ୍ଟ ପାର୍କର ପ୍ରସ୍ତୁତି ମନୋରମ ହୋଇଥିଲା । ସନ୍ଧ୍ୟା ସମୟରେ ପାରିପାର୍ଶିକ ଅଞ୍ଚଳରେ ଲୋକମାନେ ପୂଜା ମଣ୍ଡପ ବୁଲିବା ସହ ମିନାବଜାରର ମଜା ନେଇଥିଲେ । ପ୍ଲାଣ୍ଟର ସମସ୍ତ ବିଭାଗର କର୍ମଚାରୀମାନେ ସଂଘଠିତ ଉଦ୍ୟମ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ପ୍ଲାଣ୍ଟ ମୁଖ୍ୟ ରଶ୍ମୀରଞ୍ଜନଙ୍କ ସମେତ ମାନବ ସମ୍ବଳ ଅଧିକାରୀ ଦେବାଶିଷ ସମାଲ, ବିତ୍ତବିଭାଗର ଲଲାଟେନ୍ଦୁ ଦାସ, ଗାୟତ୍ରୀ ହେମ୍ୱରମ୍, ଦେବରଞ୍ଜନ କର, ଅର୍ପିତ ଦାସ, ଅରୁଣ କର, ବିଭୁଦେନ୍ଦୁ ଧଲ, କର୍ମଚାରୀ ସଂଘ ସମ୍ପାଦକ ଜନ୍ମେଜୟ ରାଉତ, ପ୍ରଦୀପ ଦାସ, ସରୋଜ ଦାସ, ଅଚୁ୍ୟତାନନ୍ଦ ସାମଲ, ସୂର୍ଯ୍ୟଂଶ ଆଏଚ ପ୍ରମୁଖ ସହଯୋଗ କରିଥିଲେ