ଆନନ୍ଦ ଓ ଉଲ୍ଲାସର ସହ ରଜ ପର୍ବ ପାଳିତ
ତାଳଚେର ଅଗ୍ରଣୀ ସାହିତ୍ୟ ଏବଂ ସାଂସ୍କୃତିକ ଅନୁଷ୍ଠାନ ବର୍ଣ୍ଣାଳୀ ସାହିତ୍ୟ ସଂସଦ ତରଫରୁ ରଜ ମହୋତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଜଗତର କଲ୍ୟାଣ ପାଇଁ ପୂଜାର୍ଚ୍ଚନା କରାଯାଇଥିଲା । ବର୍ଣ୍ଣାଳୀ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାପାତ୍ର ପ୍ରାରମ୍ଭରେ ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ଯଦୁମଣି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟଅତିଥି ଭାବରେ ଏସ୍ଏସ୍ ହସପିଟାଲ୍ର ସତ୍ୱାଧିକାରୀ ତଥା ତାଳଚେର ରୋଟାରୀ କ୍ଲବର ସଭାନେତ୍ରୀ ଡ. ସସ୍ମିତା ସାହୁ ଯୋଗ ଦେଇ ରଜ ସହିତ ନାରୀ ମାନଙ୍କ ସଂପର୍କ ଏବଂ ମହିଳା ମାନଙ୍କର ବିକାଶ ପାଇଁ ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ । ସାଧାରଣ ସଂପାଦିକା ରତ୍ନପ୍ରଭା ବାଇ ବିବରଣୀ ପାଠ କରିଥିବାବେଳେ ବହୁ ଲେଖକ ସେମାନଙ୍କର ଭାବ ଉଦ୍ଦିପକ ଲେଖାମାନ ପାଠ କରିଥିଲେ । ଏହି ଅବସରରେ କବି ଅରୁଣ ଗଡନାୟକ ଏବଂ କରୁଣାକର ବାଇ ଯୁଗଳ ବନ୍ଦୀର ପୁରୁଣା ଢ଼ଗ ଢ଼ମାଳୀ ରଜ ଗୀତ ମାନ ଗାନ କରିଥିଲେ । ନାଟ୍ୟ ନିଦେ୍ର୍ଦଶକ ମୁକୁନ୍ଦ ଶତପଥି ଏବଂ ଦିଗଲ ମିଶ୍ରଙ୍କ ସଂଯୋଜନାରେ ଏକ ମିନି ନାଟକ ଏବଂ ଦୋଳି ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉପସଭାନେତ୍ରୀ କଳ୍ପନା ବୋଇତି ଇଂରାଜୀ କବିତାକୁ ବର୍ଣ୍ଣନା କରିଥିଲେ । ଏହି ମହୋତ୍ସବରେ ରାଜିବ ସ୍ୱାଇଁ, ସୁରଜନ ପାତ୍ର, ବିଣାପାଣୀ ସାହୁ, ଅନୁପମା ପ୍ରଧାନ, କଳ୍ପନା ନାଏକ, ସସ୍ମିତା ମିଶ୍ର, ଅନିତା ପାଣି, ସନ୍ଧ୍ୟାରାଣୀ ପତି, ସୁଶୀଲ ପ୍ରଧାନ, ଦିପ୍ତିରାଣୀ ସିଂ, ଧିରା ଦାସ, ସୁନିଲ ସଂ, ସବିତା ପରିଡା, ସୁଜାତା ପଣ୍ଡା ପ୍ରମୁଖ ମହୋତ୍ସବରେ ଅଂଶଗ୍ରହଣ ପୂର୍ବକ କବିତାପାଠ, ନାଟକ, ଢ଼ଗ ଢ଼ମାଳୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଶେଷରେ କରୁଣାକର ବାଇ ଧନ୍ୟବାଦ ଅର୍ପଣ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
