ଆନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା
କେନ୍ଦୁଝର: ଆଜି ଧରଣୀଧର ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ କ୍ରିଡ଼ା ପ୍ରତିଯୋଗିତାର ଚତୁର୍ଥ ଦିନ । ଶଙ୍କର ପୁର ଖେଳ ପଡିଆରେ ଫୁଟ ବଲ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଉକôଳ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି । ଧରଣୀଧର ମେଡିକାଲ କଲେଜରେ ଅନୁଷ୍ଠିତ ବାସ୍କେଟ ବଲ ପୁରୁଷ ବିଭାଗ ଫାଇନାଲ ମ୍ୟାଚ୍ରେ ଉକôଳ ବିଶ୍ୱବିଦ୍ୟାଳୟ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି । ମହିଳା ଫାଇନାଲ ମ୍ୟାଚ୍ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଖୋଲିକଟ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛ । କ୍ୟାରମ୍ ପ୍ରତିଯୋଗିତାର ପୁରୁଷ ଫାଇନାଲ ମ୍ୟାଚ୍ରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଖୋଲିକୋଟ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି ଓ ମହିଳା ଫାଇନାଲ ମ୍ୟାଚ୍ରେ ଉକôଳ ବିଶ୍ୱବିଦ୍ୟାଳୟ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟକୁ ପରାସ୍ତ କରିଛି । ଚେସ ପ୍ରତିଯୋଗିତାର ପୁରୁଷ ବିଭାଗରେ ଉକôଳ ବିଶ୍ୱବିଦ୍ୟାଳୟ ଫକୀର ମୋହନ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି । ମହିଳା ବିଭାଗରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ରେଭେନ୍ସାକୁ ପରାସ୍ତ କରିଛି । ବ୍ୟାଡମିଣ୍ଟନ ଫାଇନାଲ ପୁରୁଷ ବିଭାଗ ସିଙ୍ଗେଲରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିବା ବେଳେ ମହିଳା ଫାଇନାଲରେ ଉକôଳ ବିଶ୍ୱବିଦ୍ୟାଳୟ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି । ଡବଲ ମେନ୍ରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଉକôଳ ବିଶ୍ୱବିଦ୍ୟାଳୟ ପରାସ୍ତ କରିଥିବା ବେଳେ ଓମେନ୍ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଉକôଳକୁ ପରାସ୍ତ କରିଛି । ଟେବୁଲ୍ ଟେନିସ ମେନ୍ରେ ଉକôଳ ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି । ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ପ୍ରଥମ ଥର ପାଇଁ ଆକର୍ଷଣୀୟ ହକି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ମହିଳା ଫାଇନାଲ ମ୍ୟାଚରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଉକôଳ ବିଶ୍ୱବିଦ୍ୟାଳୟକୁ ୨/୦ ରେ ପରାସ୍ତ କରିଛି । ଚାମ୍ପିଅନ ହୋଇଥିବା ସମସ୍ତ ଟିମ୍କୁ ଆଜି ଉଦଯାପନୀ ଉସôବରେରେ ଅର୍ଥ ରାଶି ଓ ଟ୍ରଫି ପ୍ରଦାନ କରାଯିବ ।