ମାମୁଁଙ୍କୁ ଆକ୍ରମଣ କରି ଜେଲ ଗଲା ଭଣଜା
ବଡ଼ଚଣା: ଜମିବାଡ଼ି ବିବାଦକୁ ନେଇ ମାମୁଁଙ୍କୁ ଆକ୍ରମଣ କାରି ଭଣଜା କୋର୍ଟ ଚାଲାଣ ହୋଇଛି । ବଡ଼ଚଣା ପୁଲିସ ସୂଚନା ମତେ ଗୁରୁବାର ସନ୍ଧ୍ୟାରେ ସିଂହସାହିର ବଟକୃଷ୍ଣ ସିଂହଙ୍କ ପୁତ୍ର ହୃଷିକେଶ(୩୫) ନିଜ ମାମୁଁ ଦିଗାମ୍ବର ସିଂହଙ୍କୁ ଜମି ଜମା ପାଇଁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଆକ୍ରମଣରେ ମାମୁଁ ଆହତ ହୋଇ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇ ଚିକିତ୍ସିତ ପରେ ଥାନାରେ ଏତଲା କରିଥିଲେ । ପୁଲିସ ୨୧୬/୨୫ମାମଲା ରୁଜୁ କରି ଭଣଜାକୁ ଗିରଫ କରି ଶୁକ୍ରବାର ଚଣ୍ଡିଖୋଲ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ମଧୁସ୍ମିତା ବେହେରା ସୂଚନା ଦେଇଛନ୍ତି । ଜାମିନ ନାମଞ୍ଜୁର ହେବାରୁ ରଗଡ଼ି ହାଜତକୁ ପଠାଇ ଦିଆଯାଇଛି ।